31.1 C
Bhubaneswar
Friday, May 10, 2024
Homeଅପରାଧନାବାଳିକା ଅସଦାଚରଣ ମାମଲା:ଆସାମୀକୁ ୩ ବର୍ଷ ସଶ୍ରମ କରାଦଣ୍ଡ

ନାବାଳିକା ଅସଦାଚରଣ ମାମଲା:ଆସାମୀକୁ ୩ ବର୍ଷ ସଶ୍ରମ କରାଦଣ୍ଡ

କଟକ: ଜଗତପୁର ଥାନା ଅନ୍ତର୍ଗତ ତାଳବଣିଆ ମୁଣ୍ଡା ସାହିରେ ଜଣେ ନାବାଳିକା ଅସଦ୍ଆଚରଣ ମାମଲାରେ ଆସାମୀ ସନିଆ ସିଂ (୩୫)କୁ ପୋକ୍‌ସୋ ଆଇନର ୮ ଦଫାରେ କଟକର ସ୍ୱତନ୍ତ୍ର ପୋଷ୍କୋ କୋର୍ଟ ୩ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି । ଏଥିସହ ୫ ହଜାର ଟଙ୍କାର ଜୋରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ଜୋରିମାନା ନ ଦେଇ ପାରିଲେ ଆସାମୀକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଅନ୍ୟପକ୍ଷରେ କୋର୍ଟ ଆଇପିସିର ୩୫୪ ଦଫାରେ ଆସାମୀକୁ ୧ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିବା ସହ ୫ ହଜାର ଟଙ୍କାର ଜୋରିମାନା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଆସାମୀକୁ ଆଉ ଅଧିକ ୩ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ ।

ଏହି ମାମଲାରେ ୭ ଜଣଙ୍କର ସାକ୍ଷ୍ୟଗ୍ରହଣ କରାଯାଇଥିଲାବେଳେ ୧୪ଟି ପ୍ରାମାଣିକ ତଥ୍ୟକୁ ଗ୍ରହଣ କରି ଅଦାଲତ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସେହିପରି କୋର୍ଟ ଏହି ମାମଲାରେ ପୀଡିତାକୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଆଦେଶ ଦେଇଛନ୍ତି । ବାଲେଶ୍ୱର ଜିଲ୍ଲାର ଶିଳ୍ପାଂଚଳ ଥାନା ଅଧିନସ୍ଥ ଗଣେଶ୍ୱରପୁର ଅଞ୍ଚଳର ସନିଆ ଜଗତପୁର ତାଳବଣିଆ ମୁଣ୍ଡାସାହିରେ ରହୁଥିଲା । ୨୦୨୨ ମସିହା ଅକ୍ଟୋବର ୧୭ ତାରିଖରେ ଜଣେ ୧୬ ବର୍ଷୀୟା ନାବାଳିକାକୁ ସେ ଅସଦାଚରଣ କରିଥିବା ନେଇ ଅକ୍ଟୋବର ୨୧ ତାରିଖରେ ଜଗତପୁର ଥାନାରେ ଏତଲା ରୁଜୁ କରାଯାଇଥିଲା । ପୁଲିସ୍ ଏହି ମାମଲାରେ ତଦନ୍ତ କରି ସନିଆକୁ ୨୨ ତାରିଖରେ ଗିରଫ କରିବା ସହ ୨୦୨୨ ମସିହା ନଭେମ୍ବର ୯ ତାରିଖରେ ତା ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । ସେହିପରି କୋର୍ଟରେ ତା ବିରୋଧରେ ୨୦୨୩ ମସିହା ମାର୍ଚ୍ଚ ୩ ତାରିଖରେ ଚାର୍ଜଫ୍ରେମ୍ ହୋଇଥିଲା । କୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର୍ ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking