31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶହିଜାବ ବିବାଦ: ବୋର୍ଡ ପରୀକ୍ଷାରେ ମାସ୍କ ଓହ୍ଲାଇଥିବା ଶିକ୍ଷକଙ୍କୁ ନିଲମ୍ବନ ଦାବି

ହିଜାବ ବିବାଦ: ବୋର୍ଡ ପରୀକ୍ଷାରେ ମାସ୍କ ଓହ୍ଲାଇଥିବା ଶିକ୍ଷକଙ୍କୁ ନିଲମ୍ବନ ଦାବି

ଗାନ୍ଧୀନଗର: ଗୁଜରାଟ ବୋର୍ଡ ପରୀକ୍ଷା ସମୟରେ ହିଜାବକୁ ନେଇ ବିବାଦ ସାମ୍ନାକୁ ଆସିଛି । ଭରୁଚ ପରୀକ୍ଷା କେନ୍ଦ୍ରରେ ଜଣେ ସ୍କୁଲ ଶିକ୍ଷକ ମୁସଲମାନ ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷା ସମୟରେ ହିଜାବ ହଟାଇବାକୁ ବାଧ୍ୟ କରିଥିଲେ । ଏହାପରେ ଶିକ୍ଷକଙ୍କୁ ନିଲମ୍ବିତ କରିବାକୁ ଦାବି ହେଉଛି । ପୂରା ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଜିଲ୍ଲା ଶିକ୍ଷା ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି । ବାସ୍ତବରେ ଏହି ଘଟଣା ଗୁଜରାଟର ଭରୁଚସ୍ଥିତ ଲାୟନ୍ସ ସ୍କୁଲ ଅଙ୍କଳେଶ୍ୱରର । ଗୁଜୁରାଟ ବୋର୍ଡ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବୁଧବାର ଅନୁଷ୍ଠିତ ହୋଇଥିଲା । ଦଶମ ଶ୍ରେଣୀ ଗଣିତ ପରୀକ୍ଷା ସମ୍ପନ୍ନ ହୋଇଥିଲା ।

ଛାତ୍ରଛାତ୍ରୀଙ୍କ ହିଜାବ ହଟାଇବା ପାଇଁ ଶିକ୍ଷକଙ୍କୁ ନିଲମ୍ବିତ କରିବାକୁ ଦାବି କରୁଥିବା ଅଭିଯୋଗକାରୀ କହିଛନ୍ତି, ପରୀକ୍ଷା ଆରମ୍ଭ ହେବାର ୫ ମିନିଟ୍ ପୂର୍ବରୁ ସମ୍ପୃକ୍ତ ଶିକ୍ଷକ ପରୀକ୍ଷା ହଲରେ ପହଞ୍ଚି ମୁଣ୍ଡରେ ପିନ୍ଧିଥିବା ସ୍କାର୍ଫ୍ (ହିଜାବ) ହଟାଇ ଦେଇଥିଲେ । ପରୀକ୍ଷାର କିଛି ମିନିଟ୍ ପୂର୍ବରୁ ଶିକ୍ଷକଙ୍କ ଏଭଳି ମନୋଭାବ ଯୋଗୁଁ ପରୀକ୍ଷା ହଲରେ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀଙ୍କ ମନୋବଳ ହ୍ରାସ ପାଇଥିବା ଅନେକ ଛାତ୍ରଛାତ୍ରୀ କହିଛନ୍ତି । ସମ୍ପୃକ୍ତ ଶିକ୍ଷକ କହିଛନ୍ତି ଯେ ସେ ସ୍କାର୍ଫ ବା ହିଜାବ ହଟାଇବା ପାଇଁ ଶିକ୍ଷା ବୋର୍ଡ ଅଧିକାରୀଙ୍କଠାରୁ ନିର୍ଦ୍ଦେଶ ପାଇଛନ୍ତି । ଯଦି ଏହା ସତ ହୁଏ, ତେବେ ଆମେ ବୋର୍ଡ ନିକଟରେ ଅଭିଯୋଗ କରିବୁ । ଏନେଇ ପୁଲିସରେ ଲିଖିତ ଭାବେ ଅଭିଯୋଗ କରାଯାଇଛି, ଆବଶ୍ୟକ ପଡ଼ିଲେ ଏତଲା ମଧ୍ୟ ରୁଜୁ କରାଯିବ । ଯଦି ଶିକ୍ଷକ ନିଜେ ଏପରି କରିଛନ୍ତି, ତେବେ ତାଙ୍କୁ ନିଲମ୍ବିତ କରିବାକୁ ଅଭଯୋଗକାରୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking