28.1 C
Bhubaneswar
Saturday, April 27, 2024
Homeଅପରାଧଛାତ୍ରୀଙ୍କୁ ଅସଦାଚରଣ କରିବା ପରେ ଏପରି ହେଲା...

ଛାତ୍ରୀଙ୍କୁ ଅସଦାଚରଣ କରିବା ପରେ ଏପରି ହେଲା…

ବରଗଡ଼ : ଦେଶ ତଥା ରାଜ୍ୟରେ ଦିନକୁ ଦିନ ନାରୀ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି | ପୁଣି ଏପରି ଏକ ଲଜ୍ଜାଜନକ ଘଟଣା ଏବେ ବରଗଡରେ ସାମ୍ନାକୁ ଆସିଛି | ଛାତ୍ରଛାତ୍ରୀଙ୍କୁ ଅସଦାଚରଣ କରି ବିବାଦ ଘେରକୁ ଆସିଥିବା ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ତ୍ରୈଲୋକ୍ୟ ନାଏକଙ୍କୁ ପଦବିରୁ ହଟାଇ ଦିଆଯାଇଛି । ଶ୍ରୀ ନାଏକଙ୍କୁ ତାଙ୍କ ପୂର୍ବ ସ୍ଥାନ ଅର୍ଥାତ କୁମେଲସିଂହା ଦଧିବାମନ ହାଇସ୍କୁଲକୁ ଖେଳ ଶିକ୍ଷକ ଭାବେ ଅବସ୍ଥାପିତ ହେବାକୁ ନିର୍ଦ୍ଦେଶ ମିଳିଛି | ଜିଲ୍ଲାରେ ସ୍ଥାୟୀ ଶାରୀରିକ ଶିକ୍ଷା ନିରୀକ୍ଷକ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ଏହାର ଭାରପ୍ରାପ୍ତ ଦାୟିତ୍ବ ଜଣେ ବରିଷ୍ଠ ଖେଳ ଶିକ୍ଷକଙ୍କୁ ଦିଆଯାଇଛି ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ , ବରିଷ୍ଠ ଖେଳ ଶିକ୍ଷକ ଥିଲେ ହେଁ ଶ୍ରୀ ନାଏକ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ନିଯୁକ୍ତ ହୋଇଥିଲେ । ଯାହାକୁ କେନ୍ଦ୍ର କରି ବରିଷ୍ଠ ଖେଳ ଶିକ୍ଷକ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଏବେ ତାଙ୍କୁ ଅପସାରଣ କରିବା ପରେ ବହୁ ବରିଷ୍ଠ ଖେଳ ଶିକ୍ଷକ ଖୁସି ଜାହିର କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀ ନାଏକଙ୍କ ବିରୋଧରେ ଥିବା ଅସଦାଚରଣ ଅଭିଯୋଗରୁ ସେ ଏଯାଏ ନିସ୍ତାର ପାଇନାହାନ୍ତି । ଉକ୍ତ ମାମଲାର ତଦନ୍ତ କରିବା ପରେ କମିଟି ରିପୋର୍ଟ ପ୍ରସ୍ତୁତ କରିଛି । ଏହାର ତର୍ଜମା ପରେ ଶ୍ରୀ ନାଏକ ଦୋଷୀ ନା ନିର୍ଦ୍ଦୋ‌ଷ ଜଣାପଡ଼ିବ । ଅଭିଯୋଗ ଅନୁସାରେ, ଶ୍ରୀ ନାଏକ କିଛି ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଭୁବନେଶ୍ବରରୁ ବସ୍‌ରେ ବରଗଡ଼ ଫେରିବା ବାଟରେ ରାତିବେଳା କିଛି ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ସେହିପରି କୁମେଲସିଂହାରୁ ଫେରୁଥିବାବେଳେ କିଛି ଛାତ୍ରଙ୍କୁ ‌ଯୌନ ନିର୍ଯାତନା ଦେଇଥିବା ମଧ୍ୟ ଶ୍ରୀ ନାଏକଙ୍କ ବିରୋଧରେ ଦୁଇଟି ସ୍କୁଲର ପରିଚାଳନା କମିଟି ସଭାପତିମାନେ ଅଭିଯୋଗ କରିଥିବାର ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking