32.1 C
Bhubaneswar
Friday, April 26, 2024
Homeଅପରାଧଘରେ ହେଲା ନାବାଳିକା ସହ ଦୁଷ୍କର୍ମ ; ଆରେପୀ ଫେରାର

ଘରେ ହେଲା ନାବାଳିକା ସହ ଦୁଷ୍କର୍ମ ; ଆରେପୀ ଫେରାର

ଉତ୍ତରପ୍ରଦେଶ ତ୍ତ: ଉତ୍ତରପ୍ରଦେଶ ହରଦେଇ ଜିଲ୍ଲାରେ ଘଟିଛି ଜଣେ ୧୭ ବର୍ଷ ବୟସ ନାବାଳିକା ସହ ଦୁଷ୍କର୍ମ । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଆରେପୀ ମଧ୍ୟ ଜଣେ ୧୬ ବର୍ଷର ନାବାଳକ । ନାବାଳିକାର ବାପା ,ମା’ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର କହିବା ଅନୂସାରେ ଝିଅଟି ନିଜ ଘରେ ଶୋଇଥିଲା । ମା’ କୌଣସି କାମରେ ବାହାରକୁ ଯାଇଥିଲେ ଓ ଝିଅର ବାପା ଘର ବାହାରେ ଶୋଇଥିଲେ । ଏହି ସମୟରେ ପଡ଼ୋଶୀରେ ରହୁଥିବା ନାବାଳକ କିଶେର ଜବରଦସ୍ତି ଘରକୁ ପଶି ଆସିଥିଲା ଓ ଦୁଷ୍କର୍ମ କରିଥିଲା । ନାବାଳକର ଭାଇ ମଧ୍ୟ ଏଥିରେ ସଂମ୍ପୃକ୍ତ ଥିଲା ସେ ଭାଇର କଥା ଅନୂସାରେ ଘର ବାହାରେ ଯଗିଥିଲା । ଝିଅଟିର ମା’ ଘରକୁ ଫେରିବା ପରେ ସବୁକଥା ଯାଣିବାକୁ ପାଇଥିଲେ । ପୋଲିସ ଆସିବା ଖବର ଶୁଣି ଆରେପୀ କିଶୋର ଘରୁ ଫେରାର ହୋଇଯାଇଥିଲା । ପୋଲିସ ଝିଅର ଡ଼ାକ୍ତରିଯାଞ୍ଚ ପାଇଁ ପଠାଇବା ସହ ଏବେ ଆରେପୀକୁ ଖୋଜିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking