38.8 C
Bhubaneswar
Friday, April 19, 2024
Homeଅପରାଧବାହାଘରରେ ଗୁଳି ଚାଳନା କରି ୫ ଗୁରୁତର

ବାହାଘରରେ ଗୁଳି ଚାଳନା କରି ୫ ଗୁରୁତର

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଗୁରୁଗ୍ରାମ ଠାରେ ବୁଧବାର ଦିନ ଏପରି ଅଭାବନୀୟ ଘଟଣା ଘଟିଯାଇଛି । ବୁଧବାର ଦିନ ରାତିରେ ଏକ ବିବାହ ସମାରୋହରେ ଯୋଗ ଦେଇଥିବା ବରଯାତ୍ରୀ ମାନେ ନିଶାସକ୍ତ ଅବସ୍ଥାରେ ଗୁଳି ଚାଳନା କରିଥିଲେ । ଏହି ଗୁଳିରେ ୫ ଜଣ ଗୁରୁତର ହୋଇଛନ୍ତି । ସେଥିମଧ୍ୟରୁ ୪ ଜଣ ଶିଶୁ ଓ ଜଣେ ମହିଳା ଥିଲେ । ଜଣଙ୍କ ଆଖିରେ ଗୁଳି ବାଜିବାରୁ ସେ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡ଼ାକ୍ତରଙ୍କ କହିବା ଅନୂଯାୟୀ ଶିଶୁର ଆଖିରେ ଗୁଳି ବାଜିବାରୁ ସେ ଦୃଷ୍ଟି ଶକ୍ତି ସଂମ୍ପୁର୍ଣ୍ଣ ଭାବରେ ହରାଇ ବସିଛି । ସୂଚନା ଅନୂସାରେ ଜଣେ ଶିଶୁକୁ ଗୁରୁଗ୍ରାମ ଘରୋଇ ହସ୍ପିଟାଲରେ ଓ ବାକି ଅନ୍ୟ ମାନଙ୍କୁ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ ଭର୍ତ୍ତି କରାଯାଇଛି । ସେମାନଙ୍କ ନାଁ ପୁଜା ,କନିଷ୍କ, ତନ୍ନୁ ,ଏବଂ କୋମଲ । ଆରୋପୀ ଜଣଙ୍କ ଗଙ୍ଗୋରର ବାସିନ୍ଦା ବୋଲି ଜଣାପଡ଼ିଛି । ଗୁଳି ଚାଳନା ପରେ ସେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଫରଦାବାଦରୁ ସୋହନାକୁ ବରଯାତ୍ରା ଆସୁଥିଲା ବେଳେ ଏହି ଘଟଣା ଘଟିଥିଲା । ପୋଲିସ ମାମଲାର ଯାଞ୍ଚଆରମ୍ଭ କରି ଆରୋପୀକୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking