29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା

ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା

ଭୁବନେଶ୍ୱର : କରୋନା ରାଜ୍ୟରେ ତାର କାୟା ବିସ୍ତାର କରିସାରିଲେଣି । ଏହି ପରିସ୍ଥିତିରେ ରାଜନେତାଠାରୁ ଆରମ୍ଭ କରି କଳାକାର, ସାଧାରଣ ଜନତା କେହି ବର୍ତ୍ତୁ ନାହାନ୍ତି । ଏହାରି ମଧ୍ୟରେ ରାଜ୍ୟ ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ଏହାସହ ସେ ହୋମ ଆଇସୋଲେସନରେ ରହିବା ସହ ସୁସ୍ଥ ଅଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ତୁରନ୍ତ ନିଜର କରୋନା ଟେଷ୍ଟ କରାଇ ନେବାକୁ ପଦ୍ମିନୀ ଦିଆନ ଅନୁରୋଧ କରିଛନ୍ତ ।

ଆଜି ପୁଣି ୩୦ ଜିଲ୍ଲାରୁ ସର୍ବାଧିକ ୩୬୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୨୧୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ୧୪୧୭ ଜଣ ସ୍ଥାନୀୟ ମାମଲା ଭାବେ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୪୧୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking