28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବଗଲା ଧର୍ମଶାଳା ପ୍ରସଙ୍ଗ: ଡିଜିଟାଲ ପ୍ଲାଟଫର୍ମରେ ଦାଖଲ କରାଯିବ ପିଟିସନ

ବଗଲା ଧର୍ମଶାଳା ପ୍ରସଙ୍ଗ: ଡିଜିଟାଲ ପ୍ଲାଟଫର୍ମରେ ଦାଖଲ କରାଯିବ ପିଟିସନ

ପୁରୀ : ବଗଲା ଧର୍ମଶାଳା ପ୍ରସଙ୍ଗରେ ଅନଲାଇନରେ ପିଟିସନ ଦାଖଲ କରିବ ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଅନଲାଇନରେ ପିଟିସନ୍ ଦାଖଲ କରିବେ । ଏଡ଼େି ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି । ତେବେ ଏନେଇ ସାଧାରଣ ଜନସାଧାରଣଙ୍କ ମନରେ ସୋସିଆଲ ମିଡିଆ ଜରିଆରେ ଜନଭାବନା ସୃଷ୍ଟି କରାଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

ଫେସବୁକ୍‌, ଟ୍ୱିଟର ଓ ହ୍ୱାଟସଆପ ଜରିଆରେ ଲୋକଙ୍କ ଭାବନା ଜାଣିବୁ । ସାରା ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀ ସେମାନଙ୍କର ଭାବନା ଜଣାଇ ପାରିବେ । ପର୍ଯ୍ୟଟନ ସଚିବ ଲେଖିଥିବା ଚିଠିର ଉତ୍ତର ଆଇଟିଡିସି ଅଧ୍ୟକ୍ଷ ଦେଇଛନ୍ତି । ଆମେ ପୁରୀ ପ୍ରଶାସନ ଠାରୁ ଏହାର ଉତ୍ତର ଚାହିଁଛୁ ବୋଲି ଶ୍ରୀ ସମ୍ବିତ ପାତ୍ର କହିଛନ୍ତି । ବଗଲା ଧର୍ମଶାଳା ଜଗନ୍ନାଥ ସଂସ୍କୃତିର ଅଭିନ୍ନ ଅଙ୍ଗ ଅଟେ । ସରକାର ଏହାକୁ ବେଆଇନଭାବେ ଭାଙ୍ଗି ପ୍ଲଟିଂ କରି ବିକ୍ରି କରୁଛନ୍ତି । ଆଜି ଏହି ଆପ୍ର ଉନ୍ମୋଚନ କରାଯାଇଥିବା ନେଇ ରାଜ୍ୟ ବିଜେପି ତରଫରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking