32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଏଟିଏମ ତାଡି ଲକ୍ଷାଧିକ ଟଙ୍କା ଲୁଟ

ଏଟିଏମ ତାଡି ଲକ୍ଷାଧିକ ଟଙ୍କା ଲୁଟ

କେନ୍ଦ୍ରାପଡା : କେନ୍ଦ୍ରାପଡା ଆଳି ନିକଟରେ ଏଟିଏମ ଲୁଟେରା ମାତିଛନ୍ତି । ଲୁଟେରା ମାନେ ୨ ଟି ଏଟିଏମକୁ ତାଡି ନେଇଛନ୍ତି । ସ୍ଥାନୀୟ ପତ୍ରପୁର ଓ ନିଆଳ ହାଟରେ ଥିବା ୨ଟି ଏସବିଆଇ ଏଟିଏମକୁ ତାଡି ନେଇଛନ୍ତି । ଏହାସହ ଗ୍ୟାସ କଟର ଦ୍ୱାରା କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଏପରିକି ଏଟିଏମ ମେସିନକୁ କାଟିବା ପରେ ଭିତରେ ଥିବା ସିସିଟିଭି କ୍ୟାମେରାକୁ ନଷ୍ଟ କରିଦେଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି । ଗତକାଲି ହିଁ ଦୁଇଟି ଏଟିଏମରେ ଲକ୍ଷାଧିକ ଟଙ୍କା ରଖାଯାଇଥିଲା ବୋଲି ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ତରଫରୁ ସୂଚନା ମିଳିଛି ।

ଦୁଇଟି ଏଟିଏମ ଏସବିଆଇ ଶାଖାର ରହିଛି । ଲୁଟ ସମୟରେ ପ୍ରମାଣ ନଷ୍ଟ କରିବା ପାଇଁ ସିସିିଟିଭିକୁ ପୋଡି ଦେଇଛନ୍ତି ଦୁର୍ବୁତ୍ତ ମାନେ । ଗତକାଲି ୨ଟି ଏଟିଏମରେ ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ରଖାଯାଇଥିଲା ବୋଲି ବିଶେଷ ସୁତ୍ରରୁ ପ୍ରକାଶ । ତେବେ ଏଟିଏମରୁ କେତେ ଟଙ୍କା ଲୁଟ କାଯାଇଛି ତାହା ଏବେଯାଏଁ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking