33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶସମଲିଙ୍ଗୀ ବିବାହ କରିବାର କିଛି ଘଣ୍ଟା ପରେ କୋଟିପତି ଯୁବକଙ୍କ ହେଲା ମୃତ୍ୟୁ

ସମଲିଙ୍ଗୀ ବିବାହ କରିବାର କିଛି ଘଣ୍ଟା ପରେ କୋଟିପତି ଯୁବକଙ୍କ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଜଣେ କୋଟିପତି ଯୁବକ ସମଲିଙ୍ଗୀଙ୍କୁ ବିବାହ କରିଥିଲେ । ବିବାହ କରିବାର କିଛି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଏକ ଖବର ସାମ୍ନାକୁ ଆସିଛି । ତବେ ମୃତ ପୁଅ ଲାଇଙ୍କ ମା’ କହନ୍ତି, ‘ମୋ ପୁଅ ଉଚ୍ଚବିଦ୍ୟାଳୟରେ ପାଠ ପଢ଼ୁଥିଲା । ବୟସ ମାତ୍ର ୧୮ବର୍ଷ । ତେବେ ସେ ଦୁଇଥର ଭେଟିଥିବା ଜଣେ ପୁଅକୁ ସମଲିଙ୍ଗୀ ବିବାହ କରିଥିଲା । କିଛିଦିନ ପୂର୍ବରୁ ମୋର ସ୍ୱାମୀ ପୁଅ ଲାଇର ନାମରେ ୧୩୪କୋଟି ଟଙ୍କା ସମ୍ପତ୍ତି କରି ଦେଇଥିଲେ । ମଇ ୪ ତାରିଖ ଦିନ ପୁଅର ମୃତଦେହ ସେ ରହୁଥିବା କୋଠାର ବାହାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେଣୁ ସମ୍ପତ୍ତି ପାଇଁ ମୋ ପୁଅକୁ ହତ୍ୟା କରାଯାଇଛି ବୋଲି ମୁଁ ଦାବିର ସହ କହିବି ।

କାରଣ ମୋର ସ୍ୱାମୀଙ୍କ ଗତ ଏପ୍ରିଲ ମାସରେ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ପୂର୍ବରୁ ସେ ସମସ୍ତ ସମ୍ପତ୍ତି ପୁଅ ନାମରେ କରି ଦେଇଥିଲେ । ତେବେ ଲାଇ ଯାହାକୁ ବିବାହ କରିଛି ତାହାର ନାମ ହସିୟା । ଯାହାକୁ ସେ ମାତ୍ର ୨ଥର ଭେଟିଥିଲା । ହାସିୟା ସମ୍ପତ୍ତି ସହିତ ଜଡ଼ିତ ଦସ୍ତାବିଜ ଓ ଜରୁରୀ କାଗଜପତ୍ର ସମ୍ଭାଳିବା କାମ କରିଥାଏ । ମୋ ପୁଅ ସମଲିଙ୍ଗୀ ବିବାହ କଦାପି କରି ପାରିବ ନାହିଁ । ମୁଁ ତାର ମା’ … ମୋ ପୁଅ କ’ଣ ତାହା ମୁଁ ଭଲ ଭାବେ ଜାଣିଛି । ସେ ଆତ୍ମହତ୍ୟା ବି କରି ପାରିବ ନାହିଁ । କାରଣ ତା’ମନରେ କ’ଣ ଅଛି ସେ ମୋତେ ସ୍ପଷ୍ଟ ଭାବେ କହିଥାଏ । ତେଣୁ ମୁଁ ଜାଣିବାରେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ତା’ ପାଖରେ କିଛି କାରଣ ନଥିଲା । ତେଣୁ ମୁଁ ଦାବିର ସହ କହିବି କି ପୁଅକୁ ସମ୍ପତ୍ତି ପାଇଁ ହସିଆ ପ୍ରଥମେ ସମଲିଙ୍ଗୀ ବିବାହ କରି ଲାଇକୁ ହତ୍ୟା କରି କୋଠା ବାହାରକୁ ଫିଙ୍ଗି ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking