30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶତିନି ଶିଶୁଙ୍କୁ ହତ୍ୟା ପରେ ଜୀବନ ହାରିଲେ ଦମ୍ପତି

ତିନି ଶିଶୁଙ୍କୁ ହତ୍ୟା ପରେ ଜୀବନ ହାରିଲେ ଦମ୍ପତି

ଥିରୁଅନନ୍ତପୁରମ: କେରଳରେ ଗୋଟିଏ ପରିବାରରେ ୫ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସମ୍ନାକୁ ଆସିଛି । ୩ ଶିଶୁଙ୍କ ସମେତ ଦମ୍ପତିଙ୍କ ମୃତଦେହ ଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ଦମ୍ପତି ନିଜ ୩ ଶିଶୁଙ୍କୁ ହତ୍ୟା କରିବା ପରେ ନିଜେ ପ୍ରାଣ ହରାଇଥିବା ସନ୍ଦେହ କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ କାରଣ ସମ୍ପର୍କରେ କୌଣସି ଦିଗକୁ ସଙ୍କେତ ଦେଇନାହିଁ । ଏହି ଘଟଣା କେରଳର କନ୍ନୁର ଜିଲ୍ଲାର ଚେରୁପୁଜା ଠାରେ ଘଟିଛି । ଚେରୁପୁଜାର ସ୍ଥାନୀୟ ବାସିନ୍ଦା ଶ୍ରୀଜା, ତାଙ୍କର ତିନି ସନ୍ତାନ ଏବଂ ଶ୍ରୀଜାଙ୍କ ସ୍ୱାମୀ ଶାଜିଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ମୃତ ପିଲାମାନେ ହେଉଛନ୍ତି ସୁରଜା, ସୁରବି ଏବଂ ସୁବିତ । ଘରର ପାହାଚ ନିକଟରେ ତିନି ଶିଶୁଙ୍କ ମୃତଦେହ ମିଳିଥିଲା । ପ୍ରାରମ୍ଭିକ ତଦନ୍ତ ଓ ଘରର ପାରିପାର୍ଶ୍ୱିକ ସ୍ଥିତିରୁ ପାରିବାରିକ କଳହରୁ ସମୂହ ଆତ୍ମହତ୍ୟା ଜନିତ ମୃତ୍ୟୁ ପରି ମନେ ହେଉଛି । ଦମ୍ପତି ପ୍ରଥମେ ସେମାନଙ୍କ ୩ ଶିଶୁଙ୍କୁ ହତ୍ୟା କରିବା ପରେ ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଗତକାଲି ସକାଳେ ସେମାନଙ୍କ ମୃତଦେହ ଘର ଭିତରେ ପଡିଥିବାର ଦେଖି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ପହଞ୍ଚି ମୃତଦେହ ଜବତ କରି ନିକଟସ୍ଥ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ । ପଡୋଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଏହି ଦମ୍ପତି ଶ୍ରୀଜା ଏବଂ ଶାଜି ଦୁଇ ସପ୍ତାହ ପୂର୍ବରୁ ବିବାହ କରିଥିଲେ । ପୂର୍ବରୁ ସେମାନଙ୍କୁ ବିବାହ ବିଚ୍ଛେଦ ହୋଇଥିବା ବେଳେ ଏହା ଉଭୟଙ୍କ ଦ୍ୱିତୀୟ ବିବାହ ଥିଲା । ସୁରଜା, ସୁରବୀ ଏବଂ ସୁବିଥ ହେଉଛନ୍ତି ଶ୍ରୀଜାଙ୍କ ସନ୍ତାନ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତୀୟ ବିବାହ ପରେ ପାରିବାରିକ କଳହରୁ ଦମ୍ପତି ଏପରି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଉଭୟଙ୍କ ସମ୍ପର୍କୀୟଙ୍କୁ ପୋଲିସ ଜେରା କରୁଛି । ପଡୋଶୀଙ୍କ ଠାରୁ ମଧ୍ୟ ପରିବାର ସମ୍ପର୍କରେ ପୋଲିସ ସୂଚନା ସଂଗ୍ରହ କରିବାରେ ଲାଗିଛି । ଘର ଭିତରର କିଛି ସାମଗ୍ରୀ ମଧ୍ୟ ଫୋରେନସିକ ଲ୍ୟାବକୁ ପଠାଯାଇଛି । ତଦନ୍ତ ପରେ ଏହା ହତ୍ୟା ନା ସମୂହ ଆତ୍ମହତ୍ୟା ତାହା ସ୍ପଷ୍ଟ ହେବା ନେଇ ପୋଲିସ କହିଛି । ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking