40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକାମ ବ୍ୟସ୍ତତା ହେତୁ ତିନି ବର୍ଷର ଶିଶୁକୁ ହରାଇଲେ ବାପା-ମା’....

କାମ ବ୍ୟସ୍ତତା ହେତୁ ତିନି ବର୍ଷର ଶିଶୁକୁ ହରାଇଲେ ବାପା-ମା’….

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲୀରେ ଜଣେ ବାପା ଓ ମା’ଙ୍କ ଭୁଲ ହେତୁ ତାଙ୍କର ତିନିବର୍ଷ ଶିଶୁର କାର ଭିତରେ ଜୀବନ ଚାଲିଯାଇଛି । ଏଭଳି ଏକ ଦୁଃଖଦ ଘଟଣା ବରେଲୀ ଜିଲ୍ଲାର ଥାନା ବିଶାରତଙ୍ଗଞ୍ଜ ଭଗବତପୁର ଗ୍ରାମରେ ଘଟିଛି । ସୂଚନା ଅନୁଯାୟୀ, ବାପା-ମା’ କୌଣସି କାମ ବ୍ୟସ୍ତତା ହେତୁ କାରରୁ ଓହ୍ଲାଇ ଯାଇଥିଲେ । ଆଉ ଶିଶୁକୁ କାରରେ ହିଁ ଖେଳୁଥିବାର ଛାଡ଼ି ଦେଇଥିଲେ । ଶିଶୁ ଜଣକ ଖେଳୁଥିବା ବେଳେ ହଠାତ କାର କାଚ ବନ୍ଦ ହୋଇ ଦ୍ୱାର ଲକ ହୋଇଯାଇଥିଲା । ଏହାପରେ ତିନିବର୍ଷ ଶିଶୁ କାନ୍ଦିବା ଆରମ୍ଭ କରିଥିଲା । କାର କାଚ ବନ୍ଦ ଥିବାରୁ ତାର ସ୍ୱର ବାହାରକୁ ଶୁଣାଯାଇ ନଥିଲା । ସେ ଅଣନିଶ୍ୱାସୀ ହୋଇଥିଲା ।

ଫଳରେ କାର ଭିତରେ ହିଁ ତାର ପ୍ରଣବାୟୁ ଉଡ଼ିଯାଇଥିଲା । ବାପା-ମା’ କାମ ସାରି କାର ପାଖକୁ ଆସି ଦେଖିଲା ବେଳକୁ ସେମାନଙ୍କ ଛୁଆ ଅଚେତ ଅବସ୍ଥାରେ ପଡ଼ିଥିଲା । ତେଣୁ ତାକୁ ସଙ୍ଗେସଙ୍ଗେ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଦୁଃଖର ବିଷୟ କି ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୃତ ଶିଶୁର ନାମ ମଧୁ ଥିବା ବେଳେ ବୟସ ତିନିବର୍ଷ ହେବ ବୋଲି କୁହାଯାଉଛି । ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ବି ଏମିତି ଘଟଣା ଘଟିସାରିଛି । ତେବେ ପିଲାଙ୍କୁ କାରରେ ହେଉ ଅବା କୌଣସି ଗାଡ଼ିରେ ଏକୁଟିଆ ଛାଡ଼ି ନଯିବାକୁ ବାରମ୍ବାର ସଚେତନ କରାଯାଉଥିଲେ ହେଁ ବାପା ଓ ମା’ମାନେ ଏହାକୁ ଅଣଦେଖା କରି ଦେଉଛନ୍ତି । ଫଳରେ ନୀରିହ ଶିଶୁଙ୍କ ଜୀବନ ଅକାରଣେ ଚାଲି ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking