28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶମେକ୍ସିକୋର ଆଣ୍ଡ୍ରିଆ ନୂତନ ବ୍ରହ୍ମାଣ୍ଡ ସୁନ୍ଦରୀ

ମେକ୍ସିକୋର ଆଣ୍ଡ୍ରିଆ ନୂତନ ବ୍ରହ୍ମାଣ୍ଡ ସୁନ୍ଦରୀ

ୱାଶିଂଟନ : ମେକ୍ସିକୋର ୨୬ ବର୍ଷୀୟା ଆଣ୍ଡ୍ରିଆ ମେଜା ଚଳିତବର୍ଷ ପାଇଁ ବ୍ରହ୍ମାଣ୍ଡ ସୁନ୍ଦରୀ (ମିସ୍ ୟୁନିଭର୍ସ) ଟାଇଟଲ ଜିତିଛନ୍ତି । ରବିବାର ଆମେରିକାର ଫ୍ଲୋରିଡାରେ ଆୟୋଜିତ ଏହି ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟରେ ଆଣ୍ଡ୍ରିଆ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବ୍ରାଜିଲ ଓ ପେରୁ ପ୍ରତିଯୋଗୀଙ୍କୁ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଭାରତୀୟ ସୁନ୍ଦରୀ ଆଡଲିନ୍ କାଷ୍ଟେଲିନୋଙ୍କୁ ୪ର୍ଥ ସ୍ଥାନରେ (ଥାର୍ଡ ରନରଅପ୍‌) ସନ୍ତୁଷ୍ଟ ହେବାକୁ ପଡିଛି । ମିଆଁମାର ପ୍ରତିଯୋଗୀ ଥୁଜାର ୱିଣ୍ଟ୍ ଲିୱିନ୍ କିନ୍ତୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରେଷ୍ଠ ପୋଷାକ ପାଇଁ ପୁରସ୍କୃତ ହୋଇଥିବା ଲିୱିନ୍ ମଞ୍ଚ ଉପରେ ଏକ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ।

ଏଥିରେ ଲେଖାଥିଲା ‘Pray for Myanmar’ । ବର୍ତ୍ତମାନ ମିଆଁମାରରେ ସାମରିକ ଜୁନ୍ତା ସରକାର ବ୍ୟାପକ ଦମନଲୀଲା ଚଳାଇଥିବାରୁ ସେଠାରେ ଶାନ୍ତି ଫେରରାଇ ଆଣିବାକୁ ଆନ୍ତର୍ଜାତିକ ସମୁଦାୟ ଉଦ୍ୟମ କରନ୍ତୁ ବୋଲି ସେ ଅପିଲ କରିଥିଲେ । ୨୦୨୦ରେ କୋଭିଡ୍ ଯୋଗୁଁ ଏହି ପ୍ରତିଯୋଗିତାକୁ ବାତିଲ କରାଯାଇଥିଲା । ଏବର୍ଷ ଏହି ପ୍ରତିଯୋଗିତାରେ ୭୪ଟି ଦେଶର ସୁନ୍ଦରୀ ଅଂଶଗ୍ରହଣ କରିଥିଲେ । ଫ୍ଲୋରିଡାର ହାର୍ଡରକ୍ ହୋଟେଲ ଓ କ୍ୟାସିନୋରେ ଆୟୋଜିତ ଏହି ପ୍ରତିଯୋଗିତାକୁ ହଲିଉଡ ତାରକା ମାରିଓ ଲୋପେଜ ଓ ଟିଭି ଉପସ୍ଥାପକ ଓଲିଭିୟା କୁଲ୍‌ପୋ ପରିଚାଳନା କରିଥିବାବେଳେ ୮ ଜଣିଆ ମହିଳା ବିଚାରକମଣ୍ଡଳୀ ବିଜେତାଙ୍କୁ ମନୋନୀତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking