24.1 C
Bhubaneswar
Sunday, May 12, 2024
Homeଓଡିଶାକୋଭିଡ ସଂକମଣ ନେଇ ଜେଲ ବିଭାଗର ବୈଠକ, ୯୦ ଦିନିଆରେ ପ୍ୟାରୋଲରେ ଯିବେ ୪୪୯ କଏଦୀ

କୋଭିଡ ସଂକମଣ ନେଇ ଜେଲ ବିଭାଗର ବୈଠକ, ୯୦ ଦିନିଆରେ ପ୍ୟାରୋଲରେ ଯିବେ ୪୪୯ କଏଦୀ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ରାଜ୍ୟର କେତେକ ଜେଲରେ ସଂକ୍ରମଣ ଦେଖିବାକୁ ମିଲିଛି । ଓଡ଼ିଶାରେ ଏବେ ବିଭିନ୍ନ ଜେଲରେ ୩୦୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପରି ସ୍ଥଳେ ସଂକ୍ରମଣ ରୋକିବା ପାଇଁ ସୋମବାର ଜେଲ ବିଭାଗ ପକ୍ଷରୁ ଭିଡିଓ କନଫେରେନ୍ସିଂ ଯୋଗେ ଏକ ଉଚ୍ଚସ୍ତରୀୟ ବୈଠକ  ଅନୁଷ୍ଠିତ ହୋଇଯାଇଛି । ଜେଲ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସବୁ ଜେଲର ସୁପରିଟେଣ୍ଡେଣ୍ଟ, ରେଞ୍ଜ ଡିଆଇଜିଙ୍କ ସମେତ ଜେଲ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜେଲରେ କରୋନା ସଂକ୍ରମଣ ରୋକିବା ଦିଗରେ ଗୁରୁତ୍ୱ ଦେବା ସହ ଜେଲ ଭିତରେ କୋଭିଡ ନିୟମ ପାଳନ ଦିଗରେ କଡାକଡି ଭାବେ ପାଳନ କରିବାକୁ ଡିଜି ଶ୍ରୀ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ସବୁ ଜେଲରେ କରୋନା ନିୟମ ପାଳନ ଏବଂ ଚିକିତ୍ସା ନେଇ ଚୌଦ୍ୱାର ସର୍କଲ ଜେଲର ମେଡିକାଲ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ସେ ସବୁ ଜେଲର ମେଡିକାଲ ଅଫିସର ଏବଂ ସୁପରିଟେଣ୍ଡେଣ୍ଟମାନଙ୍କ ସହ ଯୋଗାଯୋଗ କରିବା ସହ କରୋନା ପରୀକ୍ଷା, କଟକଣା, ଚିକିତ୍ସା ନେଇ ଆବଶ୍ୟକୀୟ ପରାମର୍ଶ ଦେବାକୁ କୁହାଯାଇଛି । ଯେଉଁ ଜେଲରେ  ମେଡିକାଲ ଅଫିସର ନାହାନ୍ତି, ସେସବୁ ଜେଲରେ ସମସ୍ତ ଅନ୍ତେବାସୀଙ୍କ ଯଥାଶିଘ୍ର କରୋନା ପରୀକ୍ଷା କରିବାକୁ କୁହାଯାଇଛି । ଜେଲ ସୁପରିଟେଣ୍ଡେଣ୍ଟମାନଙ୍କୁ ସ୍ଥାନୀୟ ଏସଡିଏମଓ, ଉପ- ଜିଲ୍ଲାପାଳ, ମହାନଗର ନିଗମ କମିଶନଙ୍କ ସହ ପରାମର୍ଶ କରି କୋଭିଡ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ତେବେ କୋଭିଡ ପଜିଟିଭ୍ ଥିବା ଗୁରୁତ୍ତର କଏଦୀଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ହସ୍ପିଟାଲ ଯାଉଥିବା କଏଦୀଙ୍କ ସହ ଆବଶ୍ୟକୀୟ ସୁରକ୍ଷା କର୍ମୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି ।

ଏବେ ଓଡ଼ିଶାର ମୋଟ ୮୭ଟି ଜେଲରେ ୧୯୭୦୭ ବିଚାରଧୀନ ଏବଂ ସଜା କାଟୁଥିବା କଏଦୀ ରହୁଥିବା ବେଳେ ଏହି ସଂଖ୍ୟା କମାଇବା ପାଇଁ କୁହାଯାଇଛି । ଏଥିପାଇଁ କମ ଦୋଷ ଥିବା ଅଭିଯୁକ୍ତମାନଙ୍କୁ ଜାମିନ ପ୍ରଦାନ ପାଇଁ ମାଜିଷ୍ଟ୍ରେଟଙ୍କ ସହ ପରାମର୍ଶ କରିବାକୁ ସୁପରିଟେଣ୍ଡେଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜେଲରେ ଅନ୍ତେବାସୀଙ୍କ ସଂଖ୍ୟା କମାଇବା ପାଇଁ  ୪୪୯ ସଜା କାଟୁଥିବା କଏଦୀଙ୍କୁ ୯୦ ଦିନିଆ ପ୍ୟାରୋଲରେ ଯିବାକୁ ଜେଲ ଡିଜି ଅନୁମତି ପ୍ରଦାନ କରିଛନ୍ତିି । ବିଶେଷକରି ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କଏଦୀମାନଙ୍କୁ ପ୍ୟାରୋଲ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ପ୍ୟାରୋଲରେ ଯିବାକୁ ଥିବା କଏଦୀମାନଙ୍କୁ କିପରି ଶୀଘ୍ର ଛଡାଯାଇପାରିବ ସେନେଇ ରାଜ୍ୟ ଆଇନ ପରାମର୍ଶଦାତାଙ୍କୁୂ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ୪୪୯ କଏଦୀଙ୍କୁ  ଛାଡି ୬୦ ବର୍ଷରୁ ଅଧିକ ବୟସ୍କ କଏଦୀମାନଙ୍କୁ ପ୍ୟାରୋଲରେ ଛାଡିବା ପାଇଁ ଆଲୋଚନା କରାଯାଇଛି ।

ଜେଲରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ସବୁ ଜେଲର ସୁପରିଟେଣ୍ଡେଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜେଲରେ ନିୟମିତ ବ୍ୟବଧାନରେ ସାନିଟାଇଜ କରିବାକୁ ମଧ୍ୟ ଜେଲ ସୁପରିଟେଣ୍ଡେଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଥିବା ଚୌଦ୍ୱାର ଜେଲ ମେଡିକାଲ ଅଫିସର ସବୁ ଜେଲର ସୁପରିଟେଣ୍ଡେଣ୍ଟମାନଙ୍କୁ କୋଭିଡ ନିୟମ ପାଳନ ସହ ସାମାଜିକ ଦୂରତା ବଜାୟୀ ରଖିବାକୁ  ନେଇ ବୁଝାଇଥିଲେ । ଜେଲରେ ଥିବା ସବୁ ଅନ୍ତେବାସୀ ଏବଂ କର୍ମଚାରୀମାନଙ୍କୁ  ଡବଲ ମାସ୍କ ପିନ୍ଧିବା ନେଇ ତଦାରଖ କରିବାକୁ ସୁପରିଟେଣ୍ଡେଣ୍ଟମାନଙ୍କୁ କହିଥିଲେ । ସବୁ କଏଦୀଙ୍କ କୋଭିଡ ନିୟମ ଅନୁଯାୟୀ ଚିକିତ୍ସା ଏବଂ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ । ସେହପରି ଜେଲରେ ଅନ୍ତେବାସୀଙ୍କ ସଂଖ୍ୟା କମାଇବା ଲାଗି ରାଜ୍ୟ ପୁଲିସ ବିଭାଗକୁ ମଧ୍ୟ ଅନୁରୋଧ କରାଯାଇଛି । ଏଥିପାଇଁ ଷ୍ଟେଟ୍ ଅଫ୍ ବିହାର ଏବଂ ଅମରେଶ  କୁମାରଙ୍କ ମାମଲାରେ କୋର୍ଟ ଦେଇଥିବା ରାୟକୁ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଏଥି ସହ ଜଡିତ ସବୁ ବିଭାଗକୁ କଏଦୀମାନଙ୍କ ସ୍ୱାସ୍ଥ୍ୟକୁୂ ନଜରରେ ରଖି ଆଇନ ଅନୁଯାୟୀ କାର୍ଯ୍ୟ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking