26.1 C
Bhubaneswar
Friday, March 29, 2024
Homeକରୋନାରାଜନେତାମାନେ କୋଭିଡ୍ ଔଷଧ ମହଜୁଦ ରଖିପାରିବେ ନାହିଁ : ଦିଲ୍ଲୀ ହାଇକୋର୍ଟ

ରାଜନେତାମାନେ କୋଭିଡ୍ ଔଷଧ ମହଜୁଦ ରଖିପାରିବେ ନାହିଁ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କେତେକ ରାଜନେତା କୋଭିଡ୍ ଔଷଧ ଠୁଳକରି ରଖିବା ନେଇ ଅଭିଯୋଗ ଉପରେ ପୁଲିସ ତଦନ୍ତ କରିଥିଲେ ମଧ୍ୟ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଦିଲ୍ଲୀ ହାଇକୋର୍ଟ ପୁଲିସକୁ ଭର୍ତ୍ସନା କରିଛନ୍ତି । କୋର୍ଟ କହିଛନ୍ତି ଯେ ଯେଉଁ ରାଜନେତାଙ୍କ ପାଖରେ କୋଭିଡ୍ ଔଷଧ ବେଆଇନ ଭାବେ ମହଜୁଦ ରହିଥିବ, ସେମାନେ ନିଜ ତରଫରୁ ସ୍ୱାସ୍ଥ୍ୟ ବିଭାଗ ନିକଟରେ ପୈଠ କରିଦେବା ଉଚିତ୍ ହୋଇଥାନ୍ତା । ଜଷ୍ଟିସ୍ ବିପିନ ସାଂଘୀ ଓ ଜଷ୍ଟିସ୍ ଯଶମିତ ସିଂହଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି, ଯଦି କୌଣସି ରାଜନେତା ମାଗଣାରେ ଔଷଧ ପାଇଛନ୍ତି ବୋଲି କହୁଛନ୍ତି ସେମାନେ ସେ ସବୁ କେଉଁଠାରୁ ପାଇଲେ ?

ଔଷଧ ଯୋଗାଣରେ ଅଭାବ ରହିଥିବା ରିପୋର୍ଟ ପରିପ୍ରେକ୍ଷୀରେ ସେମାନେ ଔଷଧ ବେଆଇନ ଭାବେ ଠୁଳ କରିବା ପାଇଁ ଲାଇସେନ୍ସ ପାଇଛନ୍ତି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ । ଔଷଧ ଦୋକାନୀ ରାଜନେତାଙ୍କୁ କିପରି ଏତେ ପରିମାଣରେ କୋଭିଡ୍ ଔଷଧ ଦେଲା ପୁଲିସ ତାହାର ଅନୁସନ୍ଧାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ସମୟରେ ଔଷଧର ଜରୁରୀ ଆବଶ୍ୟକତା ଥିଲାବେଳେ ରାଜନେତାମାନେ ବେଆଇନ ଭାବେ ଏହା ଠୁଳ କରିଥିବା ଅଭିଯୋଗ ଉପରେ ଆଗତ ଜନସ୍ୱାର୍ଥ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟର ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking