28.1 C
Bhubaneswar
Saturday, April 27, 2024
Homeଓଡିଶାଅଶାନ୍ତ କଳିଙ୍ଗ ନଗର ଶିଳ୍ପାଂଚଳରେ ଶ୍ରମିକ ଆନ୍ଦୋଳନ ତୀବ୍ରତର ହେଉଛି

ଅଶାନ୍ତ କଳିଙ୍ଗ ନଗର ଶିଳ୍ପାଂଚଳରେ ଶ୍ରମିକ ଆନ୍ଦୋଳନ ତୀବ୍ରତର ହେଉଛି

ଯାଜପୁର- ବିଜୁ ବାବୁଙ୍କର ମାନସ ବୃତ ଓ ସ୍ୱପ୍ନର କଳିଙ୍ଗ ନଗର ଏବେ ଅଶାନ୍ତ ହେବାକୁ ଯାଉଛି । ଶ୍ରମିକ ଅଶାନ୍ତି ଦେଖା ଦେଇଛି । ଶ୍ରମିକ ଛଟେଇ ଓ ଶ୍ରମିକ ମାନଙ୍କ ଦ୍ୱାରା ପାଉ ନଥିବାରୁ ଶ୍ରମିକ ଆନ୍ଦୋଳନ ତୀବ୍ରତର ହେବାକୁ ଯାଉଛି । ନିଳାଂଚଳ ଇସ୍ପାତ ନିଗମ ଘରୋଇକରଣ ଓ ପୁଂଜି ପ୍ରତ୍ୟାହାର ବିରୋଧରେ ଆନ୍ଦୋଳନ ୩୮ ଦିନରେ ପହଂଚିଛି । ରାଜ୍ୟ ଓ କେନ୍ଦ୍ର ସରକାର ଏହି ଆନ୍ଦୋଳନ ପ୍ରତି ନିଷ୍ଠୁର ହୋଇ ଉଠିଛନ୍ତି । ଧାରଣା ନାରବାଜି ଦିଆଯାଇଛି । ନିଳାଂଚଳ ଇସ୍ପାତ ନିଗମ ପକ୍ଷରୁ ନିଳାଂଚଳ ବଂଚାଅ ମିଳିତ ମଂଚ ଆସନ୍ତା ୨୫ ତାରିଖ ବିଧାନ ସଭା ଘେରାଉ ଓ ମୁଖ୍ୟ ମନ୍ତ୍ର୍ଖଳ ଦାବି ପତ୍ର ଓ ମାର୍ଚ୍ଚ ୧୬ରେ ପାର୍ଲ୍ୟାମେଂଟ୍ ସମୟରେ ଦିଲ୍ଲି ଯନ୍ତ୍ର ମନ୍ତ୍ରରେ ଧାରଣା ନିଷ୍ପତି ନେଇଛନ୍ତି । ଅନ୍ୟ ପକ୍ଷରେ ମେସ୍କୋ କାରଖାନା କର୍ତୁପକ୍ଷ କାମ ନାହିଁ ତ ଦରମା ନାହିଁ ନୋଟିସ ଦେବା ଓ କର୍ମଚାରୀ ମାନଙ୍କୁ ୩ ମାସର ଦରମା ନଦେବା ଓ କାରଖାନା ଚାଲୁ କରିବା ଦାବି କରି ମେସ୍କୋ ବଂଚାଅ ମିଳିତ ମଂଚ ପକ୍ଷରୁ ମେସ୍କୋ କାରଖାନା ସମ୍ମୁଖରେ ୫ ଦିନ ହେଲା ଧାରଣା ଦେଇଛନ୍ତି । ନିଲାଂଚଳ କର୍ତୁପକ୍ଷ ଜିଲ୍ଲା ପ୍ରଶାସନ ଉଦାସୀନ ଭାବକୁ ତୀବ୍ର ବିରୋଧ କରାଯାଉଛି । ଆଜି ଆଇ.ଏନ୍‌.ଟି.ୟୁ.ସି ର ସଭାପତି ବିଦ୍ୟାଧର ମହାନ୍ତି ମେସ୍କୋ ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନ ଓ ତୀବ୍ରତର କରିବା ପାଇଁ ଶ୍ରମିକ ମାନଙ୍କୁ ରାଜ ରାସ୍ତାକୁ ଓହ୍ଲାଇବା ଓ କଳୀଙ୍ଗ ନଗର ଶିଳ୍ପାଂଚଳରେ ଅର୍ଥନୈତିକ ପଥ ଅବରୋଧ କରିବା ପ୍ରଭୂତି ସଭାରେ ନିଷ୍ପତି ନିଆଯାଇଛି । ମେସସୋ କର୍ମଚାରୀଙ୍କ ୩ ମାସର ଦରମା ପ୍ରଦାନ ଓ କାମ ନାହିଁ ତ ଦରମା ନାହିଁ ନୋଟିସ ଜାରି କରିବା ଓ କରାଖାନା ଚାଲୁ କରିବା ଦାବିରେ ଅଟଳ ରହିଛନ୍ତି । ସେହିପରି ମେସ୍କୋ ପରିଚାଳିତ ମୈଥାନ୍ କାରଖାନାରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ସମୂହ ମିଳୀତ ଭାବରେ ସିଲ୍ କରି ନୋଟିସ ମରାଯାଇଛି । ଶ୍ରମିକ ମାନଙ୍କର ଜୀବନ ଜୀବିକା ଉପରେ ଆଂଚ୍ ଆସୁଛି ।
ସୁଚନା ଯୋଗ୍ୟ ଯେ ବିଭିନ୍ନ ବ୍ୟାଙ୍କ୍ ରୁ ମୈଥାନ୍ କାରାଖାନା ଚଳାଇବା ପାଇଁ ୫୭୮ କୋଟି ଟ. ରୁଣ କରାଯାଇଥିଲା । ଋଣ ପରିଶୋଧ କରି ନପାରିଥିବାରୁ ଓ କିସ୍ତି ନ ସୁଝିବାରୁ ରାହ୍‌ଟ୍ର ବ୍ୟାଙ୍କ୍ ମିଳିତ ଭାବେ କାରାଖାନାକୁ ସିଜ୍ କରିଦେଇଛନ୍ତି । ଏବେ ୧୦ ହଜାର ଶ୍ରମିକଙ୍କ ଭବିଷ୍ୟତ ଅନ୍ଧକର ହେବାକୁ ଯାଉଛି । ବିସ୍ତାରିତ ମାନେ ଘର ଡିହ ଜମି ଦେଇଥିଲେ । କାରଖାନା ବନ୍ଦ ହେବାକୁ ଯାଉଥିବାରୁ ସେମାନଙ୍କ ଅବସ୍ତା କଣ ହେବ ପ୍ରଶ୍ନ ବାଚୀ ସୃହ୍‌ଟି କରିଛି । ସମଗ୍ର ଅଂଚଳରେ ଶ୍ରମିକ ଅଶାନ୍ତି ବୃଦ୍ଦି ପାଇଛି । ମେସ୍କୋ କାରାଖାନାର ଆନ୍ଦୋଳନ ପୁର୍ବତନ କରିବା ପାଇଁ ଆବାହକ ଗଣେଶ ନାୟକ ଓ ୩ଟି ଶ୍ରମିକ ସଂଗଠନ କର୍ତୁପକ୍ଷ ରାଜରାସ୍ତାକୁ ୭ ଦିନ ମଧ୍ୟରେ କାରାଖାନକୁ ଚାଲି କରିବା ବାକିଆ ଦରମା ପ୍ରଦାନ ନକଲେ ଡୁବୁରୀ ଯାଜପୁର ରୋଡ ରାସ୍ତା ଅବରୋଧ କରାଜିବ ବୋଲି ଆଜାର ଅହମ୍ମଦ, ସେକ୍ ସାବିର, ନରେନ୍ଦ୍ର ସାମଲ, ଓମ୍ ପ୍ରକାଶ ସାହୁ ପ୍ରମୁଖ, ଓନା ଗଣ ମଧ୍ୟମ ସୁଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking