32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଡାକ୍ତରୀ ପିଜି ଶେଷବର୍ଷ ପରୀକ୍ଷା ବାତିଲ ହେବନି

ଡାକ୍ତରୀ ପିଜି ଶେଷବର୍ଷ ପରୀକ୍ଷା ବାତିଲ ହେବନି

ନୂଆଦିଲ୍ଲୀ: ଡାକ୍ତରୀ ପିଜି (ପୋଷ୍ଟ ଗ୍ରାଜୁଏଟ୍‌) ଶେଷବର୍ଷ ପରୀକ୍ଷାକୁ ବାତିଲ କିମ୍ବା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଏମ.ଆର.ଶାହାଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଶୁକ୍ରବାର ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସ୍ଥଗିତ କିମ୍ବା ବାତିଲ ନିର୍ଦ୍ଦେଶ ଦେଇପାରିବେନି । କୋଭିଡ୍ ସ୍ଥିତିକୁ ସମୀକ୍ଷା କରି ପିଜି ଶେଷବର୍ଷ ପରୀକ୍ଷା ପ୍ରସଙ୍ଗରେ ଚୂଡାନ୍ତ ତାରିଖ ଧାର୍ଯ୍ୟ କରିବାକୁ ନ୍ୟାସନାଲ ମେଡିକାଲ କାଉନସିଲ୍ ଗତ ଏପ୍ରିଲରେ ସବୁ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଜାରି କରିସାରିଛନ୍ତି । ତେବେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦେଖି ଯେଉଁଠି ଆବଶ୍ୟକ, ସେଠାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ଚୂଡାନ୍ତ ପରୀକ୍ଷା ତାରିଖ ଧାର୍ଯ୍ୟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ୨୯ ଜଣ ଡାକ୍ତର ସୁପ୍ରିମକୋର୍ଟରେ ଏହି ପିଟିସନ ଦାଏର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking