30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମିଡିଆ ସମ୍ରାଟ ମୁର୍ଡୋକ୍‌ଙ୍କ ୪ର୍ଥ ବିବାହ ବିଚ୍ଛେଦ

ମିଡିଆ ସମ୍ରାଟ ମୁର୍ଡୋକ୍‌ଙ୍କ ୪ର୍ଥ ବିବାହ ବିଚ୍ଛେଦ

ଲଣ୍ଡନ: ମିଡିଆ ମୋଗଲ ଅର୍ଥାତ ମିଡିଆ ସମ୍ରାଟଭାବେ ବିଶ୍ୱରେ ସୁପରିଚିତ ରୁପେର୍ଟ ମୁଡ୍ରୋକ୍ (୯୧ ବର୍ଷ) ତାଙ୍କର ଅଭିନେତ୍ରୀ ପତ୍ନୀ ଜେରି ହଲ୍‌ଙ୍କୁ (୬୫ ବର୍ଷ) ବୁଧବାର ଛାଡପତ୍ର ଦେଇଛନ୍ତି ବୋଲି ଆମେରିକୀୟ ସମ୍ବାଦପତ୍ର ‘ନ୍ୟୁୟର୍କ ଟାଇମ୍‌ସ’ ସୂତ୍ରରୁ ଜଣାପଡିଛି । ମୁର୍ଡୋକ୍ ୨୦୧୬ ମାର୍ଚ୍ଚରେ ଲଣ୍ଡନର ଏକ ପଞ୍ଚତାରକା ହୋଟେଲରେ ଜେରିଙ୍କୁ ବିବାହ କରିଥିଲେ । ମୁର୍ଡୋକ୍‌ଙ୍କର ଏହା ଚତୁର୍ଥ ବିବାହ ବିଚ୍ଛେଦ ବୋଲି ଜଣାପଡିଛି । ମୁର୍ଡୋକ୍ ୧୯୫୬ରେ ପ୍ୟାଟ୍ରିସିଆ ବୁକରଙ୍କୁ ବିବାହ କରିଥିବାବେଳେ ୧୯୬୭ରେ ଛାଡପତ୍ର ଦେଇଥିଲେ । ଏହାପରେ ସେ ଆନ୍ନା ମାରିଆଙ୍କୁ ୧୯୬୭ରେ ବିବାହ କରି ୧୯୯୯ରେ ଛାଡପତ୍ର ଦେଇଥିଲେ । ତୃତୀୟ ପତ୍ନୀ ୱେଣ୍ଡି ଡେଙ୍ଗ୍‌ଙ୍କ ସହ ତାଙ୍କର ଦାମ୍ପତ୍ୟ ଜୀବନ ୧୯୯୯ରୁ ୨୦୧୩ ପର୍ଯ୍ୟନ୍ତ ତିଷ୍ଠିପାରିଥିଲା । ଚାରି ପତ୍ନୀଙ୍କ ଔରସରୁ ତାଙ୍କର ମୋଟ ୬ ଜଣ ସନ୍ତାନ ରହିଛନ୍ତି । ସୂଚନାଯୋଗ୍ୟ ଅଷ୍ଟ୍ରେଲିଆରେ ଜନ୍ମିତ ମୁର୍ଡୋକ୍ ୧୯୮୫ରୁ ଆମେରିକା ନାଗରିକତ୍ୱ ଗ୍ରହଣ କରିଛନ୍ତି । ଫକ୍ସ ନ୍ୟୁଜ୍ ଚ୍ୟାନେଲ ଓ ହଲିଉଡ୍‌ର ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାଣକାରୀ କମ୍ପାନୀ ୱେଣ୍ଟିଏଥ୍ ସେଞ୍ଚୁରୀ ଫକ୍ସ ଭଳି କମ୍ପାନୀର ମାଲିକ ହେଉଛନ୍ତି ମୁର୍ଡୋକ୍ । ଫୋର୍ବସ ମ୍ୟାଗାଜିନ ରିପୋର୍ଟ ଅନୁଯାୟୀ ମୁର୍ଡୋକ୍‌ଙ୍କ ସମ୍ପତ୍ତିର ପରିମାଣ ୧୭୭୦ କୋଟି ଡଲାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking