29.1 C
Bhubaneswar
Saturday, April 27, 2024
Homeଓଡିଶାପୋଲ ନିର୍ମାଣ ଦାବିରେ କାମ ବନ୍ଦ କଲେ ମହିଳା

ପୋଲ ନିର୍ମାଣ ଦାବିରେ କାମ ବନ୍ଦ କଲେ ମହିଳା

ମୟୂରଭଞ୍ଜ : ନିର୍ମାଣାଧୀନ ସୁବର୍ଣ୍ଣରେଖା କେନାଲରେ ପୋଲ ନିର୍ମାଣ ଦାବିରେ କାମ ବନ୍ଦ କଲେ ମହିଳା। ପୂର୍ବରୁ ପୋଲ ନିର୍ମାଣର ପ୍ରତିଶୃତି ଦେଇ ଏବେ ଅହରି ଯାଉଛି ବିଭାଗ। ଯାହାକୁନେଇ ସୃଷ୍ଟି ହୋଇଛି ବିବାଦୀୟ ପରିସ୍ଥିତି। ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଭାଲିଆଡ଼ିହା ପଞ୍ଚାୟତର ଇଦର ଗ୍ରାମରେ। ତେବେ ଏଠାରେ ନିର୍ମାଣ ହେଉଛି ସୁବର୍ଣ୍ଣରେଖାର ନୂତନ କେନାଲ। ଆଉ ନିର୍ମାଣ କାର୍ଯ୍ୟ ସମ୍ପାଦନ କରୁଛି । ଏଲ ଆର ମଟର କନଷ୍ଟ୍ରକସନ କମ୍ପାନୀ। ଆଉ ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ମଜୁରୀ ପ୍ରଦାନରେ ମଧ୍ୟ ବେଶ ତାରତମ୍ୟ ରହିଥିବା ଅଭିଯୋଗ କରିଛନ୍ତି।

ଏମିତି କି ପୁରୁଷ ଶ୍ରମିକଙ୍କୁ ଦୁଇଶହ ଏବଂ ମହିଳାଙ୍କୁ ଆଠ ଘଣ୍ଟା କାମ ପାଇଁ ଏକଶହ ଅଶି ଟଙ୍କା ମଜୁରୀ ଦିଆଯାଉଛି। ଯାହା ଶ୍ରମିକ ଆଇନର ସମ୍ପୂର୍ଣ୍ଣ ଉଲଂଘନ ହେଲେ ସମସ୍ତେ ନୀରବ ବେଶ ରହସ୍ୟମୟ ବୋଲି ଆଲୋଚନା ହେଉଛି। ମାତ୍ର ଏହି ନୂତନ କେନାଲ ଉପରେ ପୋଲ ନିର୍ମାଣ ଦାବିକରି ସରପଞ୍ଚଙ୍କ ଜରିଆରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ଗ୍ରାମବାସୀ। ସେତେବେଳେ ଗ୍ରାମବାସୀଙ୍କ ଯଥାର୍ଥ ଦାବି ବୋଲି ହୃଦବୋଧ କରି ନିର୍ମାଣର ପ୍ରତିଶୃତି ଦେଇଥିଲେ ବିଭାଗୀୟ ଅଧିକାରୀ। ହେଲେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଏବେ ପ୍ରତିଶୃତିରୁ ଆହରି ଯାଉଛି ବିଭାଗ। ଯାହାକୁନେଇ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ ଗ୍ରାମର ମହିଳାମାନେ। ତେବେ ବିବାଦୀୟ ସ୍ଥଳରେ ବିଭାଗୀୟ ସହକାରୀ ଯନ୍ତ୍ରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏବଂ ଏହା ଆମର କ୍ଷମତା ବାହାରେ। ତେବେ ଆପଣମାନେ ଦେଇଥିବା ଦରଖାସ୍ତକୁ ଆମ ବିଭାଗ ଉଚ୍ଚ କତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେଇଛୁ। ବର୍ତ୍ତମାନ ସ୍ଥାନୀୟ ବିଧାୟକଙ୍କୁ ଜଣାନ୍ତୁ ସେ ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ନେଲେ ପୋଲ ନିର୍ମାଣ ସମ୍ଭବ ହୋଇ ପାରିବ। ସୂଚନାଯୋଗ୍ୟ, ଇଦର ଗ୍ରାମ ନିକଟରେ କିଛି ଅଂଶରେ କେନାଲ ଖୋଳା ନ ହୋଇ ବାକି ରହିଥିଲା।

ସେଇ ରାସ୍ତାରେ ଗ୍ରାମର ଲୋକମାନେ ଯାତାୟାତ କରିବା ସହିତ ଗୋରୁ,ଛେଳି ପଦାକୁ ଯାଉଥିଲେ। ଏହାବ୍ୟତୀତ ମୃତ୍ୟୁବରଣ କରୁଥିବା ଲୋକର ଶବକୁ ଏହି ରାସ୍ତାରେ ଶ୍ମଶାନକୁ ନେଉଥିଲେ ଗ୍ରାମବାସୀ। ଗାଁ ଗହଳିର ରୀତିନୀତି ଅନୁଯାୟୀ ଗୋଟେ ଗାଁର ଶବ ଅନ୍ୟ ଗାଁ ରାସ୍ତାରେ ନେବାକୁ ଦେଉନଥିବାରୁ ସେଠାରେ ପୋଲ ନିର୍ମାଣ ନ କରି କେନାଲ ଖୋଳା ଯିବାରୁ ଇଦର ଗ୍ରାମର ଲୋକମାନେ ଏବେ ସମସ୍ୟା ଘେରୋରେ। ସେହିପରି ଏହି ରାସ୍ତାରେ ଗୃହପାଳିତ ପଶୁମାନେ ଯାତାୟାତ କରୁଥିବାରୁ ଅଚାନକ କେନାଲ ଖୋଳା ଯିବାରୁ କେନାଲରେ ଖସି ପଡୁଥିବା ଦୃଶ୍ୟମାନ ଦେଖିବାକୁ ମିଳୁଛି। ଯାହା ଗାଁ ଲୋକଙ୍କ ମନରେ ଉତ୍ତେଜନା ସୃଷ୍ଟି କରିଛି। ଏଭଳି ସ୍ଥିତିରେ ସୁବର୍ଣ୍ଣରେଖା କେନାଲ ଡିଭିଜନର ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଲୋକଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରି ପୋଲ ନିର୍ମାଣ ପାଇଁ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଇଦର ଗ୍ରାମବାସୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking