27.1 C
Bhubaneswar
Thursday, April 25, 2024
Homeଅପରାଧଘଟଣା ସୌମ୍ୟଙ୍କ କ୍ୱାଟର୍ସ ରେ ହିଁ ଘଟିଛି

ଘଟଣା ସୌମ୍ୟଙ୍କ କ୍ୱାଟର୍ସ ରେ ହିଁ ଘଟିଛି

ଭୁବନେଶ୍ୱର : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଖୋଳତାଡ ଜାରି ରହିଛି। ବାଲେଶ୍ୱର ଜିଲ୍ଲା ଖଇରାରେ ସୌମ୍ୟଙ୍କ ପରିବାର ଲୋକେ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ପଚରାଉଚରା ଓ ବୟାନ ରେକର୍ଡ ସାରି ଫେରିଛି ପାରଳାଖେମୁଣ୍ଡି ଥାନା ପୋଲିସ। ଆଜି ସୌମ୍ୟଙ୍କ ସରକାରୀ ବାସଭବନରେ ଯାଞ୍ଚ କରୁଛି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍।
ମିଳିଥିବା ସୂଚନା ଅନୁସାରେ ଆଜି ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପଚରାଉଚରା କରିପାରେ ଗଜପତି ପୋଲିସ ଓ କ୍ରାଇମ ବ୍ରାଞ୍ଚ ଟିମ୍। ତାଙ୍କ ନାଁରେ ହତ୍ୟା ଓ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ ହୋଇଛି। ସୌମ୍ୟଙ୍କ ବାପା କରିଥିବା ଅଭିଯୋଗ ଆଧାରରେ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଓ ଗାର୍ଡ ମନ୍ମଥ କୁମ୍ଭଙ୍କ ନାଁରେ ମାମଲା ହୋଇଛି।
ପୂର୍ବରୁ ଗାର୍ଡ ମନ୍ମଥ କୁମ୍ଭକୁ ପଚରାଉଚରା ସହ ତାର ବୟାନ ରେକର୍ଡ କରିଛି ଗଜପତି ପୋଲିସ। ଏସପିଙ୍କ ଉପସ୍ଥିତିରେ ସେ ସୌମ୍ୟରଞ୍ଜନଙ୍କ କ୍ୱାର୍ଟରରେ ସେଦିନ କଣ ହେଇଥିଲା ଓ ସେ କଣ ଦେଖିଥିଲେ ପୋଲିସ ଆଗରେ ଦେଖାଇଥିଲେ। ସେହିପରି ବିଦ୍ୟାଭାରତୀଙ୍କୁ ଦୁଇ ଦିନ ପଚରାଉଚରା ସହ ବୟାନ ରେକର୍ଡ ହୋଇଛି।
ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଓ ସାମନାକୁ ଆସୁଥିବ ନୂଆ ନୂଆ ଅଭିଯୋଗ ଉପରେ ବି ପୋଲିସ ତଦନ୍ତ ଆଗେଇଛି। ସହାୟତା କରିବାକୁ ପାରଳାଖେମୁଣ୍ଡିରେ ଅଛି କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍। ସୌମ୍ୟଙ୍କ ମୃତ୍ୟୁକୁ ୧୦ ଦିନ ହୋଇଥିଲେ ବି ରହସ୍ୟ ଉପରୁ ପରଦା ହଟିନି।
ଅନ୍ୟପଟେ କ୍ରାଇମବ୍ରାଂଚ ଡିଏସପି ବିଜୟ କୁମାର ମଲ୍ଲିକ ଏସିଏଫଙ୍କ କ୍ୱାଟର୍ସ ଯାଂଚ ପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରି କହିଛନ୍ତି ଘଟଣା ସୌମ୍ୟଙ୍କ କ୍ୱାଟର୍ସରେ ହିଁ ଘଟିଛି । କ୍ୱାଟର୍ସର ପଛପଟ କବାଟ ପୋଡି ଯାଇଛି । ମଶା ନେଟରେ ନିଆଁ ଲାଗିଛି । ପାରିପାଶ୍ୱିର୍କ ସ୍ଥିତିରୁ ଯାହା ଜଣାପଡିଛି, ଘର ଭିତରେ ହିଁ ଘଟଣା ଘଟିଛି । ସମସ୍ତଙ୍କ କଲ ଡିଟେଲ୍ସ ଯାଂଚ ଚାଲିଛି । ତଦନ୍ତରେ ଯାହା ଯାହା କଥା ସାମ୍ନାକୁ ଆସିବ, ପଚରାଉଚୁରା ହେବ ବୋଲି ସେ କହିଛନ୍ତି  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking