30.1 C
Bhubaneswar
Friday, April 26, 2024
Homeଓଡିଶାଦ୍ୱିତୀୟ ଶ୍ରୀକ୍ଷେତ୍ରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ମୟୂରଭଞ୍ଜ : ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଜଗତରନାଥ ଜଗନ୍ନାଥ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ସୁଦର୍ଶନ ବଡଦେଉଳରୁ ସ୍ନାନ ମଣ୍ଡପରେ ବିଜେ ହୋଇ ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି। ଇଏ ହେଉଛି ଅପୂର୍ବ ଦୃଶ୍ୟ। ଭକ୍ତ ତ ଭକ୍ତ, ସ୍ବର୍ଗରୁ ଦେବତାମାନେ ମଧ୍ୟ ଏହି ଚତୁର୍ଦ୍ଧା ମୃର୍ତ୍ତିଙ୍କ ଦିବ୍ୟ ସ୍ନାନ ଦର୍ଶନ କରିବା ପାଇଁ ବ୍ୟାକୁଳିତ ଥାନ୍ତି। ସାରା ଜଗତରେ ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଠାରେ ଆଜି ଏହି ଅଲୌକିକ ସ୍ନାନ ଯାତ୍ରା ଚାଲୁ ରହିଛି।

ତେବେ କରୋନା ନିୟମ ଯୋଗୁଁ ଭକ୍ତଙ୍କ ପାଇଁ ଦର୍ଶନ ସଂପୂର୍ଣ୍ଣ ରୁପେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି। ରଥଯାତ୍ରାର ଅଦ୍ୟପର୍ବ ସ୍ନାନପୂର୍ଣ୍ଣିମା ଅବସରରେ ମନ୍ଦିର ପରିସରରେ ଆୟୋଜିତ ଶ୍ରୀଜୀଉଙ୍କ ନୀତିକାନ୍ତିର ଅପୂର୍ବ ଦୃଶ୍ୟ ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ ଏଡ଼ାଇବା ପ୍ରତି ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଏବଂ ଆଖପାଖ ଅଞ୍ଚଳର ୫୦୦ମିଟର ପରିସରରେ ୧୪୪ଧାରା ଲଗାଯାଇ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ସହିତ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାରଙ୍କ ତତ୍ୱାବଧାନରେ ୨ଡିଏସ୍ପି, ୨ ଇନ୍ସପେକ୍ଟର ସମେତ ୨୬ଜଣ ପୋଲିସ ଅଧିକାରୀ ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ତେବେ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମାର ସମସ୍ତ ନୀତିକାନ୍ତି ଭକ୍ତଙ୍କ ବିନା ହେଉଥିବାରୁ ବଡଦାଣ୍ଡ ଖାଁ ଖାଁ ଲାଗୁଛି। ଠାକୁରଙ୍କ ନୀତିକାନ୍ତିରେ ଯେପରି କୌଣସି ଅବହେଳା ନରୁହେ ସେଥିପାଇଁ ମନ୍ଦିର ସେବାୟତମାନେ ଲାଗି ରହିଛନ୍ତି। ସ୍ନାନ ପରେ ଶ୍ରୀ ବିଗ୍ରହ ମାନେ ଗଜାନନ ବେଶରେ ସାଧାରଣରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ତେବେ ଆଜି ରାତିରେ ପ୍ରଭୁ ଅଣସର ଘରକୁ ଯିବାର କାର୍ଯ୍ୟକ୍ରମ ଥିବା କଥା ମନ୍ଦିର ବଡପଣ୍ଡା କାମେଶ୍ୱର ତ୍ରିପାଠୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking