29.1 C
Bhubaneswar
Saturday, April 27, 2024
Homeଓଡିଶାନକଲି ଔଷଧ ମାମଲା; ମୁଖ୍ୟ ଅଭିଯୁକ୍ତ ଶିବ ଜେନା ଗିରଫ

ନକଲି ଔଷଧ ମାମଲା; ମୁଖ୍ୟ ଅଭିଯୁକ୍ତ ଶିବ ଜେନା ଗିରଫ

ଭୁବନେଶ୍ୱର: ନକଲି ଔଷଧ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିବ ଜେନା ଗିରଫ ହୋଇଛି । ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଏମଡି ହେଉଛି ଶିବ ଜେନା । କ୍ରାଇମବ୍ରାଂଚ ଏସଟିଏଫ ଶିବ ଜେନାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । କାଲି ଶିବଙ୍କ ପତ୍ନୀ ସମେତ ୩ ଜଣଙ୍କୁ ଏସଟିଏଫ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ଗତକାଲି ନକଲି ଔଷଧ ବିକ୍ରି କରିବା ଅଭିଯୋଗରେ  ଏସ୍‌ଟିଏଫ୍ ୩ଜଣଙ୍କୁ ଗିରଫ କରିଥିଲା । ନକଲି ଔଷଧ ବିକ୍ରି କରୁଥିବା “ମେଡିଲୋୟଡ୍ ମେଡିକମେଂଟ ପ୍ରାଇଭେଟ୍ ଲିମିଟେଡ୍‌’ର ୩ଜଣଙ୍କୁ ଗିରଫ ଏବଂ କୋର୍ଟ ଚାଲାଣ କରାଯାଇଥିବା କ୍ରାଇମବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶୋୱନ୍ତ ଜେଠୱା ସୂଚନା ଦେଇଥିଲେ । ବର୍ତମାନ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଂଟରୁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ସେ କହିଛନ୍ତି ।

ଶ୍ରୀ ଜେଠୱାଙ୍କ ସୁଚନା ମୁତାବକ, ଓଡ଼ିଶାରେ ନକଲି ଔଷଧ ବିକ୍ରି ହେଉଥିବା ନେଇ ଡ୍ରଗ୍ କର୍ତୃପକ୍ଷ ଏସ୍‌ଟିଏଫ୍‌ରେ ଏକ ରିପୋର୍ଟ ଦାଖଲ କରିଥିଲେ । ନକଲି ଔଷଧ ବିଶେଷତଃ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଥିବା ଔଷଧ ଫାଭିମାକ୍ସ-୨୦୦ ଏବଂ ଫ୍ୟାଭିମାକ୍ସ-୪୦୦(ଫାଭିପିରାଭିର୍‌) ବିକ୍ରି ହେଉଥିବା ସୂଚନା ମିଳିଥିଲା ।

ସେହି ଅନୁଯାୟୀ ଡ୍ରଗ୍‌ସ ଏବଂ କସ୍‌ମେଟିକ୍ ଆକ୍ଟ ୧୯୪୦ ଅନୁଯାୟୀ ନକଲି ଔଷଧ ବିକ୍ରି, ଜାଲିଆତି, ଠକେଇ ଓ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇଥିଲା । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ପାଇଁ ଏସ୍‌ଟିଏଫ୍ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଓଡ଼ିଶା, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢଉ କରି ଉକ୍ତ ଟିମ୍ ତଥ୍ୟ ଏବଂ ପ୍ରମାଣ ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking