28.9 C
Bhubaneswar
Sunday, May 5, 2024
Homeଓଡିଶାଅକ୍ସିଜେନ କଳାବଜାରୀ,୩୯ ସିଲିଣ୍ଡର ଜବତ

ଅକ୍ସିଜେନ କଳାବଜାରୀ,୩୯ ସିଲିଣ୍ଡର ଜବତ

ମୟୂରଭଞ୍ଜ : କରୋନା ମହାମାରୀ ସମୟରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଛି। ହେଲେ କଳାବଜାରୀଙ୍କ କବଜାରେ ବିପୁଳ ପରିମାଣରେ ଅକ୍ସିଜାନ ସିଲିଣ୍ଡର। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ସାମ୍ନାକୁ ଆସିଛି। ଗତରାତିରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ତକତପୁର ହାଟ ପଡିଆରେ ଥିବା ଏକ ଦୋକାନ ଗୃହରୁ ମହଜୁଦ ରଖା ଯାଇଥିବାର ଖବରପାଇ ୩୪ଟି ବଡ ସହିତ ୫ଟି ସାନ ଅକ୍ସିଜେନ ସିଲିଣ୍ଡର ଜବତ କରିଛି ବାରିପଦା ଟାଉନ ଥାନା ପୋଲିସ ।

ଏକ ବିଶେଷ ସୂତ୍ରରୁ ଖବରପାଇ ବାରିପଦା ଟାଉନ ଥାନା ପୋଲିସ ଓ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚି ଅତର୍କିତ ଚଢ଼ାଉ କରି ଜବତ କରିଛି ଅକ୍ସିଜେନ ସିଲିଣ୍ଡର। ଛୋଟ ୧୦କିଲୋ ଅକ୍ସସିଜେନ ସିଲିଣ୍ଡର ଦାମ ୨୧ହଜାରରେ ବିକ୍ରି କରୁଥିବା ଦୋକାନରେ ଉପସ୍ଥିତ ପିଲା ପ୍ରକାଶ କରିଛି । ବ୍ୟବସାୟୀ ଦୋକାନ ମାଲିକ ଜଣକ ହେଲେ ବାଇଗଣବାଡ଼ିଆ ଅଞ୍ଚଳର କୁଶଳ କୁମାର ମହାନ୍ତ । ବ୍ୟବସାୟୀ ଜଣକ କେଉଁ କାରଣରୁ ଏକାଧିକ ମାତ୍ରାରେ ଅକ୍ସିଜେନ ସିଲିଣ୍ଡର ରଖି ବ୍ୟବସାୟୀ କରୁଥିଲେ ତାହାକୁ ନେଇ ଏବେ ରହସ୍ୟ ସୃଷ୍ଟି କରୁଥିବା ବେଳେ ଏହାର ରହସ୍ୟ ଉନ୍ମୋଚନ କରିବା ପୋଲିସ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ । ତେବେ ଘଟଣାକୁନେଇ ବାରିପଦା ଟାଉନ ଥାନା ଆଇଆଇସି ବିରେନ୍ଦ୍ର ସେନାପତିଙ୍କ ନେତୃତ୍ବରେ ଅଧିକ ତଦନ୍ତଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking