34.1 C
Bhubaneswar
Thursday, April 25, 2024
Homeଓଡିଶାରଥ ନିର୍ମାଣ ବେଳେ ନିୟୋଜିତ ୩ ମହାରଣା ଓ ୫ଜଣ ଭୋଇ ସେବକ କୋଭିଡ୍ ପଜିଟିଭ୍...

ରଥ ନିର୍ମାଣ ବେଳେ ନିୟୋଜିତ ୩ ମହାରଣା ଓ ୫ଜଣ ଭୋଇ ସେବକ କୋଭିଡ୍ ପଜିଟିଭ୍ ଚିହ୍ନଟ

ପୁରୀ : ରଥ ନିର୍ମାଣ ବେଳେ ନିୟୋଜିତ ୩ ମହାରଣା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତା’ ସହିତ ୫ଜଣ ଭୋଇ ସେବକଙ୍କର ମଧ୍ୟ ପଜିଟିଭ୍ ଆସିଛି । ରଥ ନିର୍ମାଣ କାର୍ଯ୍ୟରେ ପ୍ରଭାବ ପଡ଼ିବ କି? ୨ୟ ୱେଭ୍‌ରେ ୨ ସେବାୟତ ଓ ୨ ପରିବର ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଜଣେ ଜେଟିପିଙ୍କର ସଂକ୍ରମଣରେ ମୃତ୍ୟୁ ହୋଇଛି ବୋଲି ଉନ୍ନୟନ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୩ଜଣ ମହାରଣା ଯେଉଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ନନ୍ଦୀଘୋଷ ରଥର ୨ଜଣ ମହାରଣା ଓ ଦେବଦଳନ ରଥର ଜଣେ ମହାରଣା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ୫ଜଣ ଭୋଇ ସେବକ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ମହାରଣା ସେବକମାନଙ୍କ ମଧ୍ୟରେ ଛନକା ପସିଯାଇଛି । ଆଗକୁ କିପରି କାର୍ଯ୍ୟ କରାଯିବ ବୋଲି । ଯଦି ଆଗୁ ଏପରି ଜଣେ ପରେ ଜଣେ କୋଭିଡ୍‌ରେ ଆକ୍ରାନ୍ତ ହେବେ ତେବେ ଆଶା ଆଶଙ୍କା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । ଏ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଶ୍ରୀମନ୍ଦିର ପ୍ରଶାସକ ପୁରୀରେ ଆସି ପହଞ୍ଚି ସାରିଛନ୍ତି । ଏହି ରଥ ନିର୍ମାଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ପୁରୀର ଜିଲ୍ଲାପାଳ, ଉନ୍ନ୍ରନ ପ୍ରଶାସକ ଅଜୟ ଜେନା ଓ ନୀତି ପ୍ରଶାସକ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking