29.1 C
Bhubaneswar
Saturday, April 27, 2024
Homeଓଡିଶାବିବାହବେଦୀରୁ ବରକୁ ଉଠାଇନେଲା ପୋଲିସ

ବିବାହବେଦୀରୁ ବରକୁ ଉଠାଇନେଲା ପୋଲିସ

 ମୟୂରଭଞ୍ଜ(ଘାସିରାମ ବେହେରା)-ବିବାହ ବେଦୀରୁ ବରକୁ ଉଠାଇ ନେଲା ଠାକୁରମୁଣ୍ଡା ପୋଲିସ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ରାଇରଙ୍ଗପୁର ସ‌ହରରେ। କରୋନା କଟକଣା ପାଇଁ ନିରାଡ଼ମ୍ବର ଭାବରେ ରାଇରଙ୍ଗପୁର ଟାଉନ ସ୍ଥିତ ଚୌବେ ଧର୍ମଶାଳାରେ ଚାଲିଥିଲା ବିବାହ।  ମହୁରୀ ସମାଜର ପାରମ୍ପରିକ ରୀତିନୀତି ଓ  ପରମ୍ପରା ଅନୁସାରେ ଚାଲିଥିଲା ବାହାଘର। ବାହାଘର ସରିଯିବାର କ୍ଷଣିକ ପୂର୍ବରୁ ବରକୁ ରାଇରଙ୍ଗପୁର ଟାଉନ ଥାନା ପୋଲିସର ସହାୟତାରେ ଉଠାଇ ନେଇଥିଲା ଠାକୁରମୁଣ୍ଡା ଥାନା ପୋଲିସ । ଏନେଇ ଉଭୟ ବର ଓ କନ୍ୟା ପରିବାର ହଟହଟା ହୋଇଥିଲେ। ସୂଚନାଅନୁଯାୟୀ ପ୍ରଥମ ସ୍ତ୍ରୀ ମଲ୍ଲିକା ହେମ୍ରମ ତାଙ୍କ ସ୍ବାମୀ ଦ୍ଵିତୀୟ ବିବାହ କରୁଥିବାର କୌଣସି ସୂତ୍ରରୁ ଖବରପାଇ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ଠାକୁରମୁଣ୍ଡା ପୋଲିସ ରାଇରଙ୍ଗପୁରକୁ ଆସି ବିବାହ ଚାଲିଥିବା ଚୌବେ ଧର୍ମଶାଳାରେ ଚଢ଼ାଉ କରିଥିଲା ଓ ବିବାହ ବେଦୀରୁ ଉଠାଇନେଇଥିଲା ବରକୁ । ପ୍ରଥମ ପକ୍ଷ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କରୁଥିବା ଯୁବକ ଜଣକ ହେଲେ ଠାକୁରମୁଣ୍ଡା ବସନ୍ତପୁର ଅଞ୍ଚଳର ଜିତେନ୍ଦ୍ର ରାମ ବୋଲି ଜଣାପଡିଛି। ପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ସହାୟତାରେ ଠାକୁରମୁଣ୍ଡା ପୋଲିସ ଅଭିଯୁକ୍ତ ଜିତେନ୍ଦ୍ର ରାମକୁ ଠାକୁରମୁଣ୍ଡା ଥାନା ନେଇ ଯାଇଥିବା ସୂଚନା ମିଳିଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking