26.1 C
Bhubaneswar
Tuesday, May 7, 2024
Homeଓଡିଶାମାଟ୍ରିକ ସମେଟିଭ-୧, ଡିସେମ୍ବର ୯ରୁ ମୂଲ୍ୟାୟନ

ମାଟ୍ରିକ ସମେଟିଭ-୧, ଡିସେମ୍ବର ୯ରୁ ମୂଲ୍ୟାୟନ

କଟକ: ମାଟ୍ରିକ ସମେଟିଭ-୧ ପରୀକ୍ଷା ଶେଷ ହୋଇସାରିଛି । ଏହାର ମୂଲ୍ୟାୟନ ଡ଼ିସେମ୍ବର ୯ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ମୋଟ ୫୬ଟି କେନ୍ଦ୍ରରେ ଦେଖାଯିବ ଏହି ଖାତା । ଏନେଇ ୧୨ ହଜାର ୪୫୦ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ସକାଳ ୯ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦେଖା ଯିବ ଖାତା । ମୋଟ ୧୦ ଦିନ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ସେହିପରି ମଧ୍ୟମରେ ୨୯୧୪ ଜଣ ପରୀକ୍ଷାର୍ଥୀ ୧୦୮ କେନ୍ଦ୍ରରେ ପରୀକ୍ଷା ଦେଇଥିବା ବେଳେ ଓପେନ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ।
ତେବେ ବହୁ କଡା କଟକଣା ସହିତ ପରୀକ୍ଷା ସମ୍ପାଦିତ ହୋଇଥିଲା ପରୀକ୍ଷା ଖାତା ମୂଲ୍ୟାଙ୍କନର ଶୃଙ୍ଖଳା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରାଯାଇଛି । ଯେଉଁ କ୍ରମଶଃରେ ପରୀକ୍ଷା ହୋଇଥିଲା ସେହି କ୍ରମଶଃ ଆଧାରରେ ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking