26.1 C
Bhubaneswar
Tuesday, May 7, 2024
Homeଓଡିଶାଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତି ମେଳା

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତି ମେଳା

ଗୁଣପୁର : ୩୦ ତାରିଖ ଦିନ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ରାୟଗଡ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଗୁଣପୁର ଦକ୍ଷତା ବିକାଶ କେନ୍ଦ୍ର ଠାରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳାକୁ ରାୟଗଡ ଅତିତିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ତତ୍ତ୍ୱମସି ମହାପାତ୍ର, ଗୁଣପୁର ଦକ୍ଷତା ବିକାଶ କେନ୍ଦ୍ରର ଅଧିକାରୀ ଶ୍ରୀ ବିରସେନ ନାୟକ ମଞ୍ଚସିନ ଥିଲେ । ଆଜିର ଏହି ନିଯୁକ୍ତି ମେଳାରେ ଏଚସିଏଲ, ବ୍ୱାଲସନ୍ , ଏସବିଆଇ ଲାଇଫ , ଏସଆଇଏସ ସିକ୍ୟୁରିଟି , ମୋବିଲାଇଜ୍‌୍ ଭଳି ବିଭିନ୍ନ ସଂସ୍ଥା ଯୋଗ ଦେଇ ବେକାର ଯୁବକ ଯୁବତୀ ମାନଙ୍କୁ ସେମାନଙ୍କ ସଂସ୍ଥାରେ ଯୋଗ ଦେବା ନିମନ୍ତେ ଉତ୍ସାହିତ କରିଥିଲେ । ଗୁଣପୁର ଉପଖଣ୍ଡର ୧୦୬ଜଣ ଯୁବକ ଯୁବତୀ ଏହି ନିଯୁକ୍ତି ମେଳାରେ ଯୋଗ ଦେଇ ନିଜ ନିଜ ପାରଦର୍ଶିତା ପ୍ରମାଣ ପତ୍ର ଦାଖଲ କରିଥିଲେ । ସେହିପରି ଗୁଣପୁରସ୍ଥ ଦକ୍ଷତା ବିକାଶ କେନ୍ଦ୍ର ଗ୍ରାମ ତରଙ୍ଗ ଆନୁକୂଲ୍ୟରେ ଶିଲେଇ ଶିକ୍ଷା ପ୍ରଦାନ କରୁଥିବାରୁ ବହୁ ଯୁବତୀ ଯୁବକ ଏଥିରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଏହିଭଳି ନିଯୁକ୍ତି ମେଳା ଆୟୋଜନ କରି ବହୁ ଯୁବକ ଯୁବତୀଙ୍କ ନିଯୁକ୍ତି ସୃଷ୍ଟି କରାଯିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଗୁଣପୁର ନିୟୋଜନ କାର‌୍ୟ୍ୟାଳୟର ଶ୍ରୀ ଦିଲ୍ଲୀପ କୁମାର ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking