26.1 C
Bhubaneswar
Tuesday, May 7, 2024
Homeଓଡିଶାଚୀନର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନଙ୍କ ୯୬ ବର୍ଷ ବୟସରେ ପରଲୋକ

ଚୀନର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନଙ୍କ ୯୬ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଚୀନର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନଙ୍କ ପରଲୋକ ହୋଇଛି । ସେ ୯୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚୀନ୍ ସରକାରୀ ଗଣମାଧ୍ୟମ ଅନୁଯାୟୀ, ସେ ଲ୍ୟୁକେମିଆ ରୋଗରେ ପୀଡିତ ଥିଲେ । ଏହି କାରଣରୁ ତାଙ୍କ ଶରୀରର ଅନେକ ଅଙ୍ଗ କାମ ବନ୍ଦ କରିଦେଇଥିଲା । ଜିଆଙ୍ଗ ଜେମିନ ୧୯୮୯ ତିଆନମେନ ସ୍କୋୟାର ନରସଂହାର ପରେ ଚୀନ୍ର ନେତୃତ୍ୱ ପାଇଁ ମନୋନୀତ ହୋଇଥିଲେ । ସେ ପ୍ରାୟ ଏକ ଦଶନ୍ଧି ଧରି ଚୀନ୍ ଉପରେ ଶାସନ କରିଥିଲେ । ଜିଆଙ୍ଗଙ୍କ ଶାସନ କାଳରେ ତିଆନମାନ ସ୍କୋୟାର ବିରୋଧ ପରେ ଚୀନ୍ରେ କୌଣସି ବଡ଼ ପ୍ରଦର୍ଶନ ହୋଇନଥିଲା ।
ଜିଆଙ୍ଗ ଜଣେ କାରଖାନା ଇଞ୍ଜିନିୟରରୁ ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶର ନେତା ଭାବରେ ଠିଆ ହୋଇଥିଲେ । ଯିଏକି ଚୀନ୍କୁ ବିଶ୍ୱ ବାଣିଜ୍ୟ, ସାମରିକ ଏବଂ ରାଜନୈତିକ ଶକ୍ତି ଭାବରେ ବୃଦ୍ଧି କରାଇଥିଲେ । ଯେତେବେଳେ ସେ ୧୯୮୯ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ, ସେତେବେଳେ ଚୀନ୍ ଅର୍ଥନୈତିକ ଆଧୁନିକୀକରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲା ଏବଂ ତିଆନମାନ୍ ନରସଂହରାରୁ ମୁକ୍ତି ପାଇବାକୁ ଚେଷ୍ଟା କରିଥିଲା । ତେବେ ଜିଆଙ୍ଗ ୨୦୦୩ ରେ ରାଷ୍ଟ୍ରପତି ଭାବରେ ଅବସର ନେବା ବେଳକୁ ଚୀନ୍ ବିଶ୍ୱ ବାଣିଜ୍ୟ ସଂଗଠନର ସଦସ୍ୟ ହୋଇପାରିଥିଲା । ବ୍ରିଟେନ ହଂକଂକୁ ହସ୍ତାନ୍ତର କରିଥିଲା । ବେଜିଂ ୨୦୦୮ ଅଲିମ୍ପିକ୍ସକୁ ସୁରକ୍ଷିତ କରିଥିଲା ଏବଂ ଦେଶ ମହାଶକ୍ତି ମାନ୍ୟତା ପାଇବାକୁ ରାସ୍ତା ଖୋଲି ସାରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking