29.1 C
Bhubaneswar
Tuesday, May 7, 2024
Homeଓଡିଶାଓଆରଏଚଡିସି ଦୁର୍ନୀତି ମାମଲା: ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲଦଣ୍ଡ

ଓଆରଏଚଡିସି ଦୁର୍ନୀତି ମାମଲା: ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର: ଓଡ଼ିଶା ଗ୍ରାମ୍ୟ ଗୃହ ଓ ବିକାଶ ନିଗମ (ଓଆରଏଚଡିସି) ମାମଲାରେ ଆସିଛି ନୂଆ ଅପଡେଟ୍ । ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମେଟ୍ରୋ ବିଲ୍ଡର୍ସ ଏମଡି ତଥା କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ, ମେଟ୍ରୋଲ ବିଲ୍ଡର୍ସ ନିର୍ଦ୍ଦେଶକ ପୀୟୂଷ ମହାନ୍ତି, ପୂର୍ବତନ ଆଇଏଏସ ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାନ୍ତି ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ଏହି ସମସ୍ତ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଲାଗୁ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ମାମଲାରେ ମୋକିମ, ବିନୋଦ ଓ ପୀୟୂଷଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଥିଲା । ବିନୋଦଙ୍କ ଅପିଲକୁ ଗ୍ରହଣ କରି ତାଙ୍କୁ ଗତ ଅକ୍ଟୋବର ମାସରେ ଜାମିନ ପ୍ରଦାନ କରାଯାଇଥିଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ବିନୋଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ତେବେ ଏହା ମଧ୍ୟରେ ବିନୋଦଙ୍କ ପାଇଁ ପୁଣି ଏକ ନିରାଶାଜନକ ଖବର ଖବର ଆସିଛି । ପୁଣି ହୋଇଛି ବିନୋଦଙ୍କୁ ସଜ୍ଜା । ଭିଜିଲାନ୍ସ କୋର୍ଟ ବିନୋଦଙ୍କ ଉପରେ ୩ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି । ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ବିନୋଦଙ୍କ ସହିତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କ ପାଇଁ ଏହି ଦଣ୍ଡାଦେଶ ଶୁଣାଣି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking