24.1 C
Bhubaneswar
Thursday, May 9, 2024
Homeଓଡିଶାଆଜିଠାରୁ ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା : କେନ୍ଦ୍ରରେ ରହିବ ଆଇସୋଲେସନ୍ ରୁମ୍

ଆଜିଠାରୁ ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା : କେନ୍ଦ୍ରରେ ରହିବ ଆଇସୋଲେସନ୍ ରୁମ୍

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷ ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା ଆଜି ଠାରୁ ଆରମ୍ଭ ହେବ । ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ଅଫ୍‌ଲାଇନ୍ ମାଟ୍ରିକ ପରୀକ୍ଷା ସମେତ ରାଜ୍ୟ ମୁକ୍ତ ବିଦ୍ୟାଳୟ, ପତ୍ରବିନିମୟ ପାଠ୍ୟକ୍ରମର ବିଭନ୍ନ ବର୍ଗରୁ ମୋଟ ୧୫,୧୫୧ ଛାତ୍ରଛାତ୍ରୀ ପରୀକ୍ଷାଦେବା ଲାଗି ବ୍ୟବସ୍ଥା ହୋଇଛି । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ତେବେ କୋଭିଡ୍ ଗାଇଡ୍‌ଲାଇନ୍ ଅନୁଯାୟୀ ପରୀକ୍ଷା କରାଯିବ । ଏଥିଲାଗି ସ୍ୱତନ୍ତ୍ର କୋଭିଡ୍ ସ୍କ୍ୱାଡ୍ ଗଠନ କରାଯାଇଛି । ବିନାମାସ୍କରେ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାରଣ କରାଯାଇଛି । ପରୀକ୍ଷା ପୂର୍ବରୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ସାନିଟାଇଜିଂ ସହ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ, ସ୍କ୍ୱାଡ୍ ପାଇଁ କରୋନା ଟେଷ୍ଟିଂ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଗୋଟିଏ ଆଇସୋଲେସନ୍ ରୁମ୍ ରହିବ, ଯାହା ଆପତକାଳୀନ ପରିସ୍ଥିତିରେ ବ୍ୟବହାର କରାଯିବ ।

ଛାତ୍ରଛାତ୍ରୀଙ୍କ ଲାଗି ମୋବାଇଲ୍ ଫୋନ୍ ନିଷେଧ ହୋଇଛି । ପରୀକ୍ଷା ସମୟରେ କୌଣସି ବ୍ୟକ୍ତିଙ୍କ ନିକଟରେ ମୋବାଇଲ୍ ଫୋନ୍ ରହିବ ନାହିଁ । ବୋର୍ଡ ପକ୍ଷରୁ ଯଥା ସମୟରେ ପ୍ରଶ୍ନପତ୍ର, ଓଏମ୍‌ଆର୍‌, ଉତ୍ତର ସିଟ୍‌, ଓଏମ୍‌ଆର୍ ଆଟେଣ୍ଡାଣ୍ଟ ସିଟ୍ ଆଦି ପରୀକ୍ଷା ସମ୍ପର୍କିତ ବିଭିନ୍ନ କାଗଜପତ୍ର ନୋଡାଲ୍ ସେଣ୍ଟରରେ ପହଞ୍ôଚଛି । ରାଜ୍ୟରେ ମୋଟ ୫୦୪ ସେଣ୍ଟରରେ ପ୍ରଶ୍ନପତ୍ର ଓ ଓଏମ୍‌ଆର୍ ସିଟ୍ ପହଞ୍ôଚଥିବା ବୋର୍ଡ ସଭାପତି ହାଜରା ସୂଚନା ଦେଇଛନ୍ତି । ପରୀକ୍ଷା ପରିଚଳାନାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ କପି ରୋକିବା ଲାଗି ବୋର୍ଡ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଏଥିଲାଗି ଗଠିତ ମୋଟ ୬୦ଟି ସ୍କ୍ୱାଡ୍ ମଧ୍ୟରୁ ବୋର୍ଡ ପକ୍ଷରୁ ୩୦ ଓ ଜିଲ୍ଲା ଶକ୍ଷାଧିକାରୀଙ୍କ ପକ୍ଷରୁ ୩୦ ସ୍କ୍ୱାଡ୍ ନିୟୋଜିତ ହୋଇଛନ୍ତି । ସେହିପରି ବୋର୍ଡ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନୋଡାଲ୍ ସେଣ୍ଟର୍ କରାଯାଇଛି । ପରୀକ୍ଷା ସୁପରିଚାଳନା ଲାଗି ପ୍ରତି ସେଣ୍ଟର୍‌ରେ ଜଣେ ଲେଖାଏଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିବା ସୂଚନା ଦିଆଯାଇଛି ।

ଚଳିତବର୍ଷ ଅଫ୍‌ଲାଇନ୍ ପ୍ରୋଗାମ୍ ଅନୁଯାୟୀ ଜୁଲାଇ ୩୦ରେ ମାତୃଭାଷା, ୩୧ରେ ଇଂରାଜୀ, ଅଗଷ୍ଟ ୨ରେ ଗଣିତ, ୩ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ, ୫ରେ ତୃତୀୟ ଭାଷା ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ହେବ । ଏହି ପରୀକ୍ଷା ଲାଗି ସମସ୍ତ ବର୍ଗରେ ମୋଟ ୧୫,୧୧୫ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି । ରେଗୁଲାର୍‌ରେ ପ୍ରାୟ ୨୨୪୪ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ପରୀକ୍ଷାଦେବାକୁ ଥିବା ୧୩୯ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ରହିବା, ଖାଇବା ଓ ଯାତାୟତ ଦାୟିତ୍ୱ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିଆଯାଇଛି । ଏହି ପରୀକ୍ଷା ଶେଷହେବା ପରେ ଅଗଷ୍ଟ ୧୦ରୁ ୧୫ ତାରିଖ ମଧ୍ୟରେ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ କରାଯିବ । ୨୫ ତାରିଖ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ । ଯେଉଁ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବେ ସେମାନେ ଯୁକ୍ତଦୁଇରେ ଆଡମିଶନ୍ କରିବେ । ଏଥିଲାଗି ସରକାରଙ୍କ ଆଡ୍‌ମିଶନ୍ ପୋର୍ଟାଲ ଖୋଲାରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking