28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଜମ୍ମୁ-କଶ୍ମୀର ଆକାଶରେ ପୁଣି ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ

ଜମ୍ମୁ-କଶ୍ମୀର ଆକାଶରେ ପୁଣି ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ

ଶ୍ରୀନଗୀର : ଜମ୍ମୁ-କଶ୍ମୀର ଆକାଶରେ ପୁଣି ଦେଖିବାକୁ ମିଳିଛି ସନ୍ଦଗ୍ଧ ଡ୍ରୋନ। ଗୁରୁବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ସମ୍ବା ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା। ଅଧିକରାଙ୍କ କହିବା ଅନୁଯାୟୀ, ଏହି ଡ୍ରୋନ ରାତି ପ୍ରାୟ ୮.୩୦ରୁ ୯.୩୦ ମଧ୍ୟରେ ଉଡୁଥିଲା। ବାରୀ ବ୍ରାହ୍ମଣ, ଚିଲାଧ୍ୟା, ଗଗବାଲ ଇଲାକାରେ ଏହି ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା। ଏଥିମଧ୍ୟରୁ ୨ଟି ଡ୍ରୋନ ଆର୍ମି କ୍ୟାମ୍ପ ଏବଂ ଆଇଟିବିପି କ୍ୟାମ୍ପ ପାଖରେ ଦେଖିବାକୁ ମିଳିଥିଲା। ତେବେ ସୁରକ୍ଷାକର୍ମୀଙ୍କ ଫାୟାରିଂ ପରେ ଏହି ଡ୍ରୋନ ସେଠାରୁ ଖସି ପଳାଇଥିଲା ପ୍ରାୟ ଏକ ସପ୍ତାହ ତଳେ ସୀମାବର୍ତ୍ତୀ କନଚକ୍‌ ଇଲକାରେ ୫ କିଗ୍ରା ଆଇଡି ସାମଗ୍ରୀ ନେଇ ଯାଉଥିବା ଏକ ପାକିସ୍ତାନୀ ଡ୍ରୋନକୁ ପୋଲିସ ଗୁଳିମାରି ଖସାଇ ଦେଇଥିଲେ।

ଏହା ପରେ ଭାରତ ଆକାଶରେ ଏପରି ପାକିସ୍ତାନ ଉଡି ବୁଲୁଥିବା ଦେଖିବାକୁ ମିଳିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ସୀମା ସୁରକ୍ଷା ବଳ ପାକିସ୍ତାନକୁ ଫେରୁ ଥିବା ଏକ ଡ୍ରୋନ ଉପରକୁ ଲକ୍ଷ୍ୟ କରି ଚିଲାଧ୍ୟା ନିକଟରେ ଗୁଳି କରିଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ, ଅନ୍ୟ ଦୁଇଟି ଡ୍ରୋନ ବାରୀ ବ୍ରାହ୍ମଣା ଏବଂ ଗଗବାଲରେ ଜମ୍ମୁ-ପଠାନ କୋର୍ଟ ରାଜମାର୍ଗ ଉପରେ ସମ୍ବେଦନଶୀଳ ସୁରକ୍ଷା ପ୍ରତିଷ୍ଠାନ ଉପରେ ଉଡି ବୁଲୁଥିଲା। ତେବେ ଖୁବ୍‌ ସମୟ ମଧ୍ୟରେ ଏହା ନିଖୋଜ ହୋଇ ଯାଇଥିଲା। ଅଧିକାରୀଙ୍କ କହିବା ଅନୁଯାୟୀ, ପୋଲିସ ଅନ୍ୟ ସୁରକ୍ଷାକର୍ମୀଙ୍କ ସହ ଘଟଣାସ୍ଥଳ ତଲାସୀ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking