30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଅନ୍ଧବିଶ୍ୱାସ ନେଇଥିଲା ୯୦୦ ଜୀବନ

ଅନ୍ଧବିଶ୍ୱାସ ନେଇଥିଲା ୯୦୦ ଜୀବନ

ନୂଆଦିଲ୍ଲୀ: ଯଦି ଆପଣ ଭାବୁଛନ୍ତି ଅନ୍ଧବିଶ୍ୱାସ, ତନ୍ତ୍ରମନ୍ତ୍ର ଓ କଳା ଯାଦୁ ଭଳି ଅନ୍ଧବିସ୍ୱାସ କେବଳ ଭାରତରେ ଅଛି, ତେବେ ତାହା ଭୁଲ । କାରଣ ସାଉଥ ଆମେରିକାର ଗୁୟାନାରେ ହୋଇଥିବା ସାମୂହିକ ଆତ୍ମହତ୍ୟା ର ଏକ ଘଟଣା ସାହା ଦୁନିଆକୁ ଦୋହଲାଇ ରଖିଦେଇଥିଲା । ଏହି ଘଟଣା ଇତିହାସରେ ରହିଛି ଏବଂ ସମସ୍ତଙ୍କୁ ଚକିତ କରି ରଖି ଦେଇଥିଲା । ଏହି ଘଟଣା ପଛରେ  ଜିମ୍ ଜୋନ୍ସ ନାମକ ଏକ ଧର୍ମଗୁରୁର ହାତ ରହିଥିଲା , ଯ୍ଖଶ ନିଜକୁ ଭଗବାନଙ୍କ ଅବତାର ବୋଲି କହୁଥିଲା ।
ଜିମ ଜୋନ୍ସ ଲୋକଙ୍କ ମଧ୍ୟରେ ନିଜ ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ଆବଶ୍ୟକ ଚାହୁଁଥିବା ଲୋକଙ୍କୁ ସାହାଯ୍ୟ ନାମରେ ୧୯୫୬ ମସିହାରେ ପିପୁଲ୍ସ ଟେମ୍ପୁଲ ନାମକ ଏକ ଚର୍ଚ୍ଚ ନିର୍ମାଣ କରିଥିଲା ଏବଂ ନିଜ ଧାର୍ମିକ ବାର୍ତ୍ତାର୍ ଓ ଅନ୍ଧବିଶ୍ୱାସ ଆଧାରରେ ସେ ହଜାର ହଜାର ଲୋକଙ୍କୁ ନିଜର ଅନୁଗାମୀ କରିନେଲା । ଜିମ ଜୋନ୍ସ କମ୍ୟୁନିଷ୍ଟ ବିଚାରଧାରାର ଥିଲା ଏବଂ ତାର ବିଚାର ଆମେରିକା ସରକାରଙ୍କ ଠାରୁ ଭିନ୍ନ ଥିଲା । ସେଥିପାଇଁ ସେ ନିଜ ଅନୁଗାମୀଙ୍କ ସହ ସହରଠାରୁ ଦୂର ଗୁୟାନା ଜଙ୍ଗଲକୁ ଚାଲିଗଲା ଏବଂ ସେଠାରେ ସେ ଏକ ଛୋଟ ଗାଁ ବି ବନେଇଦେଲା । ହେଲେ କିଛି ଦିନ ପରେ ତାର ପ୍ରକୃତ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଯାଇଥିଲା । ଜିମ ଜୋନ୍ସ ନିଜ ଅନୁଗାମୀଙ୍କ ଦ୍ୱାରା ସାରା ଦିନ କାମ କରାଉଥିଲା ଏବଂ ରାତିରେ ସେମାନେ ଯେତେବେଳେ କ୍ଲାନ୍ତ ହୋଇ ଶୋଇବାକୁ ଯାଉଥିଲେ ସେ ଶୋଇବାକୁ ବି ଦେଉନଥିଲା । ସେ ସେମାନଙ୍କୁ ବିରକ୍ତ କରାଇବା ପାଇଁ ନିଜ ଭାଷଣ ଶୁଣାଉଥିଲା । ତାହା ମଧ୍ୟରେ ତାର ସିପାହୀ ଘର ଘର ବୁଲି ଦେଖୁଥିଲେ ଆଉ କିଏ ଶୋଇ ନାହାନ୍ତି ତ । ଆଉ ଯଦି କିଏ ଶୋଇପଡି ଧରା ପଡିଯାଏ, ତେବେ ତାକୁ କଠିନରୁ କଠିନ ଦଣ୍ଡ ଦିଆଯାଉଥିଲା ।
ଜୋନ୍ସ ଯେତେବେଳେ ଜାଣିଲା ସରକାର ତା ଉଦ୍ଦେଶ୍ୟକୁ ସଫଳ କରିବାକୁ ଦେଉନାହାନ୍ତି, ସେତେବେଳେ ସେ କିଛି ହରକତ କରିବାକୁ ଲାଗିଲା । ସେ ଏକ ଟବ ରେ ବିଷାକ୍ତ ବିଷ ମିଶାଇ ପାନୀୟ ପ୍ରସ୍ତୁତ କରୁଥିଲା  ଏବଂ ଲୋକଙ୍କୁ ଜବରଦସ୍ତ ଭାବରେ ତାକୁ ପିଇବାକୁ ଦେଉଥିଲା । ଏହିଭଳି ଭାବରେ ଅନ୍ଧବିଶ୍ୱାସ କୁ ଜାବୁଡି ଧରି ୯୦୦ ଲୋକେ ନିଜ ପ୍ରାଣ ହାରିଦେଲେ । ସେମାନଙ୍କ ମଧ୍ୟରେ ୩୦୦ରୁ ଅଧିକ ଛୋଟ ପିଲା ରହିଥିଲେ । ଏହି ଘଟଣାକୁ ବର୍ତମାନ ଯାଏଁ ସବୁଠୁ ବଡ ନରସଂହାର ମଧ୍ୟରୁ ଗୋଟିଏ ବୋଲି ଧରାଯାଏ । କୁହାଯାଏ, ଲୋକଙ୍କ ମୃତ୍ୟୁ ପରେ ଜିମ ଜୋନ୍ସର ଶବ ବି ଏକ ସ୍ଥାନରୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking