29.1 C
Bhubaneswar
Wednesday, May 22, 2024
Homeକରୋନାଜିଏସଟି କାଉନସିଲ ବୈଠକ ଶେଷ; ପଢନ୍ତୁ କାହା ଉପରେ କେତେ ଟ୍ୟାକ୍ସ

ଜିଏସଟି କାଉନସିଲ ବୈଠକ ଶେଷ; ପଢନ୍ତୁ କାହା ଉପରେ କେତେ ଟ୍ୟାକ୍ସ

ନୂଆଦିଲ୍ଲୀ: କରୋନା ସହ ସମ୍ବନ୍ଧିତ ଆଶ୍ୱସ୍ତିକର ସାମଗ୍ରୀ ଉପରେ ମନ୍ତ୍ରୀମାନେ କରିଥିବା ସୁପାରିଶକୁ ଜିଏସଟି କାଉନସିଲ ସ୍ୱୀକରା କରିନେଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉନସିଲ ବ୍ଲାକ ଫଙ୍ଗସ ଔଷଧକୁ ଟ୍ୟାକ୍ସ ଫ୍ରି କରିବା ନେଇ ମଂଜୁରୀ ଦେଇଛନ୍ତି । ସେହିଭଳି କରୋନା ସହ ଜଡିତ ଅନ୍ୟ ସାମଗ୍ରୀ ଉପରେ ଥିବା ଦର ମଧ୍ୟ ହ୍ରାସ କରିଛି । ଦେଶରେ ଏବେ କରୋନା କହରକୁ ଦୃଷ୍ଟିରେ ରଖି ଜିଏସଟି କାଉନସିଲ ର ଏହି ୪୪ତମ ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ ହେଉଛି । ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ଓ ଅର୍ଥ ମନ୍ତ୍ରାଳୟର ଅଧିକାରୀ ବି ସାମିଲ ରହିଛନ୍ତି । ଏହାବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଅର୍ଥମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ବି ଉପସ୍ଥିତ ରହିଛନ୍ତି । ଜିଏସଟି କାଉନସିଲର ୨୮ ମେ ରେ ହୋଇଥିବା ବୈଠକରେ କରୋନା ସହ ଜଡିତ ସାମଗ୍ରୀ ଉପରେ କର ଦର ନିଷ୍ପତ୍ତି ନିଆଯାଇନଥିଲା ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଜିଏସଟି କାଉନସିଲ ରେମଡେସିଭର ଉପରେ ଟ୍ୟାକ୍ସ ୧୨ରୁ ହ୍ରାସ କରି ୫ ପ୍ରତିଶତ କରିବା ନେଇ ସହମତି ଦେଇଛି । ସେହିଭଳି ଟୋସିଲିମ୍ୟାବ, ଏମ୍ଫୋଟୋରିସିନ ଉପରେ କିଛି ଟ୍ୟାକ୍ସ ଲାଗିବ ନାହିଁ । ସେ କହିଛନ୍ତି, ଆମ୍ବୁଲାନ୍ସ ଉପରେ ଜିଏସଟି ଦର ୨୮ ପ୍ରତିଶତରୁ ହ୍ରାସ କରାଯାଇ ୧୨ ପ୍ରତିଶତ କରାଯାଇଛି । ଟିକା ଉପରେ ୫ ପ୍ରତିଶତ ଟ୍ୟାକ୍ସ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking