29.1 C
Bhubaneswar
Saturday, April 27, 2024
Homeଓଡିଶାରାଜଧାନୀରେ ଗଣ ପ୍ରତିବାଦ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ରାଜ୍ୟପାଳଙ୍କ ଜରିଆରେ  ସ୍ମାରକ ପତ୍ର...

ରାଜଧାନୀରେ ଗଣ ପ୍ରତିବାଦ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ରାଜ୍ୟପାଳଙ୍କ ଜରିଆରେ  ସ୍ମାରକ ପତ୍ର ପ୍ରଦାନ 

ସଂଯୁକ୍ତ କିଷାନ ମୋର୍ଚ୍ଚା-ଓଡ଼ିଶା

ଭୁବନେଶ୍ୱର : ଐତିହାସିକ କୃଷକ ଆନ୍ଦୋଳନ ର ୧୧ ମାସ ପୂର୍ତ୍ତି ଉପଲକ୍ଷେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଭୁବନେଶ୍ୱରରେ ପଟୁଆର ଓ ବିକ୍ଷୋଭ ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ, ଲକ୍ଷ୍ମୀପୁର ଖେରୀ ସହୀଦ କୃଷକଙ୍କ ସ୍ମୃତି ରେ ଅସ୍ଥି କଳସ ଯାତ୍ରା ଏବଂ ଦୟାନଦୀ ରେ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ସଂଗଠିତ ହୋଇ ଯାଇଛି l

ଭୁବନେଶ୍ୱର ରେଳ ଷ୍ଟେସନ ରୁ ପଟୁଆର ବାହାରି ମହାତ୍ମା ଗାନ୍ଧୀ ମାର୍ଗ ଠାରେ ପହଞ୍ଚି ଥିଲା l

 

ବିକ୍ଷୋଭକାରୀ ମାନେ ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ତଦନ୍ତ ର ନିରପେକ୍ଷତା ପାଇଁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରିବା, ସର୍ବୋଚ୍ଚ ଅଦାଲତର ତତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT ) ଗଠନ କରି ସମଗ୍ର ମାମଲାର ତଦନ୍ତ କରିବା, ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟାର ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା, କୃଷକ ବିରୋଧୀ ତିନି କୃଷି ଆଇନ ପ୍ରତ୍ୟାହାର କରିବା,ସବୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍. ଏସ୍. ପି.)କୁ ଆଇନଗତ ମାନ୍ୟତା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

 

ଏହି ଆନ୍ଦୋଳନ ରେ ସଂଯୁକ୍ତ କିଷାନ ମୋର୍ଚ୍ଚା

ତରଫରୁ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ରାଉତ,ଅଶୋକ ପ୍ରଧାନ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ରଘୁନାଥ ଦାସ,ଶ୍ରୀକାନ୍ତ ମହାନ୍ତି, ଶଙ୍କର ସାହୁ, ନରେନ୍ଦ୍ର ମହାନ୍ତି,ସଚ୍ଚିନ ମହାପାତ୍ର, ଜମେଶ୍ୱର ସାମନ୍ତରାୟ, ରଞ୍ଜନ ମିଶ୍ର, ଅଭିରାମ ବେହେରା, ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣିଗ୍ରାହୀ,ସୁଦର୍ଶନ ପ୍ରଧାନ, ପ୍ରମୋଦିନୀ ସାହୁ, ବସନ୍ତ ପାଇକରାୟ, ସନାତନ ପାତ୍ର, କୈଳାସ ପୁହାଣ, ମାନସ ପଟ୍ଟନାୟକ, ସର୍ବେଶ୍ୱର ଭାରତୀ, କିଶାନ୍ ପଟ୍ଟନାୟକ, ତିରୁପତି ଗମାଙ୍ଗ, ନିରଞ୍ଜନ ମହାନ୍ତି, ସଶ୍ମିତା ଜେନା, ବିଜୟ ବେହେରା, ସରୋଜ ନାୟକ,ପ୍ରଦୀପ ସାହୁ, ଚାମ୍ବୁରୁ ସୋରେନ, ହରିଶ୍ଚନ୍ଦ୍ର ମିଶ୍ର, ବିଶ୍ୱନାଥ ମହାପାତ୍ର, ନିତ୍ୟାନନ୍ଦ ପରିଡା, ସନ୍ତୋଷ ରଥ, ବିଜୟଲକ୍ଷ୍ମୀ ପାତ୍ର, ମହେନ୍ଦ୍ର ପରିଡା, ମହମ୍ମଦ ଶୁକୁର୍, ନସିମ୍ ସରକାର, ସ୍ୱସ୍ତି ସଂଗୀତା ଦଳାଇ ପ୍ରମୁଖ ବହୁ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ l

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking