29.1 C
Bhubaneswar
Saturday, April 27, 2024
Homeଅପରାଧମା’ସାଜିଲା ହତ୍ୟାକାରୀ: ଶିଶୁକୁ ବାଲ୍‌କୋନୀରୁ ତଳକୁ ଫିଙ୍ଗିଦେଲା

ମା’ସାଜିଲା ହତ୍ୟାକାରୀ: ଶିଶୁକୁ ବାଲ୍‌କୋନୀରୁ ତଳକୁ ଫିଙ୍ଗିଦେଲା

ବେଙ୍ଗାଲୁରୁ: ମାଆକୁ ସନ୍ତାନର ସବୁଠାରୁ ବଡ଼ ରକ୍ଷକ ବୋଲି କୁହାଯାଏ । କାରଣ ସେ କେବଳ ପିଲାକୁ ଜନ୍ମ ଦିଏନାହିଁ ବରଂ ଯତ୍ନର ସହ ଲାଳନ ପାଳନ କରି ବଡ଼ କରିଥାଏ । ଏହି କାରଣରୁ ପିଲାମାନେ ନିଜ ମାଆଙ୍କ ସହ ସବୁଠୁ ଅଧିକ ନିକଟତର ହୋଇଥାଆନ୍ତି । କିନ୍ତୁ ବେଙ୍ଗାଲୁରୁ ଜଣେ ମାଆ ହିଁ ନିଜ ସନ୍ତାନର ହତ୍ୟାକାରୀ ସାଜିଛି । ନିଜ ମାଆ ହାତରେ ଏକ ପାଞ୍ଚ ବର୍ଷୀୟ ଶିଶୁର ଜୀବନ ଯାଇଛି । ବେଙ୍ଗାଲୁରୁରେ ଜଣେ ମହିଳା ନିଜ ୫ ବର୍ଷୀୟ ଶିଶୁ ପୁତ୍ରକୁ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ତଳକୁ ଫିଙ୍ଗି ଦେଇଛନ୍ତି ।

ସୂଚନା ଅନୁଯାୟୀ, ଶିଶୁଟି ମାନସିକ ସ୍ତରରେ ଅସ୍ଥିର ଥିଲା, ଯେଉଁଥି ପାଇଁ ତା’ର ମାଆ ଅବସାଦରେ ଥିଲେ । ଏହି କାରଣରୁ ବିରକ୍ତ ହୋଇ ସେ ଏକ ଭୟଙ୍କର ପଦକ୍ଷେପ ଗ୍ରହଣ ସ୍ୱରୂପ ନିଜ ହାତରେ ନିଜ ସନ୍ତାନକୁ ବାଲ୍‌କୋନୀରୁ ତଳକୁ ଫିଙ୍ଗିଦେଲେ । ଏହାପରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିଲା । ଲୋକେ ଏନେଇ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁର ମାଆକୁ ଗିରଫ କରିଛି । ଏହି ଘଟଣା ସମ୍ପର୍କରେ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ମାଆ ଜାଣିଶୁଣି ପିଲାଟିକୁ ବାଲକୋନୀରୁ ଫିଙ୍ଗି ଦେଇଛନ୍ତି । ଆମେ ତାଙ୍କୁ ଗିରଫ କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଛୁ । ପିଲାଟି ମାନସିକ ସ୍ତରରେ ଅସ୍ଥିର ଥିଲା ଏବଂ ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking