30.1 C
Bhubaneswar
Wednesday, April 24, 2024
Homeଅପରାଧମଧ୍ୟାହ୍ନ ଭୋଜନ ବେଳେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ମଧ୍ୟାହ୍ନ ଭୋଜନ ବେଳେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ଖୋର୍ଦ୍ଧା: ଜିଲ୍ଲାର ବାଘମାରି ଥାନା ଅନ୍ତର୍ଗତ ପୋଡାଡିହ ସ୍ଥିତ ଏକ ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ଘଟଣା ସ୍ଥଳରେ ବାଘମାରି ଥାନା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଗତ ୨ ତାରିଖ ମଙ୍ଗଳବାର ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ସାରି ଖେଳୁଥିବା ସମୟରେ ପୋଡାଡିହ ଗ୍ରାମର ଚିଙ୍କୁ ପ୍ରଧାନ ଚକୋଲେଟ ଦେଇ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଟେକିଆଣିଥିଲା । ଏହାପରେ ମୁଁହରେ ପଟି ବାନ୍ଧି ନିଜ ଘରେ ଦୁଷ୍କର୍ମ ଉଦ୍ୟମ ବେଳେ ଛାତ୍ରୀ ଜଣକ ଚିତ୍କାର କରିବାରୁ ସେ ଛାଡି ଦେଇଥିଲା । ସ୍କୁଲ ଛୁଟି ପରେ ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ନିଜ ମା’ଙ୍କୁ କହିଥିଲେ । ଏନେଇ ବୁଧବାର ଛାତ୍ରୀଙ୍କ ମା’ ସ୍କୁଲରେ ଅଭିଯୋଗ କରିଥିଲେ କିନ୍ତୁ ପ୍ରଧାନ ଶିକ୍ଷୟିତ୍ରୀ ଛୁଟିରେ ଥିବା କହି ଗୁରୁବାର ଆସିବାକୁ କହିଥିଲେ । ସେପଟେ ଆଜି ଅଭିଯୋଗ ପାଇ ଘଟଣା ସମ୍ପର୍କରେ ବାଘମାରି ଥାନାକୁ ଜଣାଇଥିଲେ । ବାଘମାରି ପୋଲିସ ଛାତ୍ରୀଙ୍କ ବୟାନ ରେକର୍ଡ କରି ଘଟଣା ସ୍ଥଳ ପରିଦର୍ଶନ କରି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking