29.1 C
Bhubaneswar
Saturday, April 27, 2024
Homeଓଡିଶାବିବାହ କଲେ ଓଲିଉଡ୍ ଷ୍ଟାର ଅମ୍ଳାନ 

ବିବାହ କଲେ ଓଲିଉଡ୍ ଷ୍ଟାର ଅମ୍ଳାନ 

ଭୁବନେଶ୍ୱର : ବିବାହ କଲେ  ଓଲିଉଡ୍‌ର ବରିଷ୍ଠ ଅଭିନେତା ମିହିର୍ ଦାସଙ୍କ ପୁଅ ତଥା ଅଭିନେତା ଅମ୍ଳାନ ଦାସ।ରିଲ ଲାଇଫ ରେ ନୁହେଁ ରିୟଲ ଲାଇଫ ରେ ହେଇଛି ବିବାହ ।  ସେ  ତାଙ୍କର ପିଲା ଦିନର ବାନ୍ଧବୀ ଭୂମିକାଙ୍କୁ ପ୍ରେମ ବିବାହ କରିଛନ୍ତି। ଆଜିଠୁ  ଆରମ୍ଭ ହେଉଛି ପ୍ରେମ ସପ୍ତାହ। ଆଉ ଏହି ସପ୍ତାହର ପ୍ରଥମ ଦିନ  ‘ଗୋଲାପ ଦିବସ’ରେ ଅମ୍ଳାନଙ୍କ ବିବାହ ସମ୍ପନ୍ନ ହୋଇଛି।୨ ମାସ ତଳେ ଅମ୍ଳାନ ଓ ଭୂମିକାଙ୍କ ନିର୍ବନ୍ଧ ହୋଇଥିଲା।  ଆଜି  ବଡ଼ ଧୁମ୍‌ଧାମ୍‌ରେ ବିବାହ ସମ୍ପର୍ଣ୍ଣ ହୋଇଛି । ବିବାହ ରେ ଓଲିଉଡ଼ ର  ବହୁ ନାମୀ ଦାମୀ  କଳାକାର  ଯୋଗ ଦେଇଛନ୍ତି  ।  ୨୦୧୩ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଟାର୍ଗେଟ୍‌’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ଛଡା ‘ସପନର ପଥେ ପଥେ’, ‘ଗୋଲାପି ଗୋଲାପି’, ‘ବଜରଙ୍ଗି’ ଓ ‘ଟାଇଗର୍‌’ ଆଦି ଫିଲ୍ମରେ କାମ କରିଛନ୍ତି ଅମ୍ଳାନ।
https://onakhabar.com/2020/02/07/engineer-daughter-murder-her-mother-and-brother/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking