31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶ‘ଟିରା ଟୁଲ୍ସ’ ବ୍ରାଣ୍ଡଯୁକ୍ତ ସୌନ୍ଦର୍ଯ୍ୟ ସାମଗ୍ରୀର ବଜାର ପ୍ରବେଶ

‘ଟିରା ଟୁଲ୍ସ’ ବ୍ରାଣ୍ଡଯୁକ୍ତ ସୌନ୍ଦର୍ଯ୍ୟ ସାମଗ୍ରୀର ବଜାର ପ୍ରବେଶ

ମୁମ୍ବାଇ: ରିଲାଏନ୍ସର ଅନ୍ୟତମ ରିଟେଲ୍ କମ୍ପାନୀ ଟିରା ବିୟୁଟି ପକ୍ଷରୁ ନିଜସ୍ୱ ମାଲିକାନା ବ୍ରାଣ୍ଡ୍ ‘ଟିରା ଟୁଲ୍‌ସ’ର ଶୁଭାରମ୍ଭ କରାଯାଇଛି । ଏଥିସହ ଏହାର ବଜାର ପ୍ରବେଶ ମଧ୍ୟ ହୋଇଯାଇଛି । ଟିରା ଟୁଲ୍‌ସ ମୁଖ୍ୟତଃ ଆଧୁନିକ ଗ୍ରାହକଙ୍କ ଆବଶ୍ୟକତା ଏବଂ ଚାହିଦା ମୁତାବକ ବିଭିନ୍ନ ପ୍ରକାର ତଥା ଉନ୍ନତମାନର ସୌନ୍ଦର୍ଯ୍ୟ ସାମଗ୍ରୀ ଉତ୍ପାଦନ ଦିଗରେ ଏକ ବିଶିଷ୍ଟ ଶୃଙ୍ଖଳା ଭାବେ ବିବେଚିତ ହୋଇଥାଏ । ଏହା ସହାୟକ ଉପକରଣ କ୍ଷେତ୍ରରେ ଟିରାର ପ୍ରବେଶର ଏକ ପ୍ରତୀକ ମଧ୍ୟ ଅଟେ । ଯାହା ସୌନ୍ଦର୍ଯ୍ୟ ଦିନଚର୍ଯ୍ୟାକୁ ସହଜରେ ଆଗକୁ ବଢ଼ାଇବା ପାଇଁ ପ୍ରସ୍ତୁତ କରାଯାଇଥିବା ଉଚ୍ଚ ଗୁଣବତ୍ତାସମ୍ପନ୍ନ ଉତ୍ପାଦ ବା ସାମ୍ରଗୀର ଏକ କ୍ୟୁରେଟେଡ୍ ଚୟନ ପ୍ରସ୍ତୁତ କରିିଥାଏ । ଟିର।। ଟୁଲ୍‌ସରେ ସାବଧାନତାର ସହ ପ୍ରସ୍ତୁତ କରାଯାଇଥିବା ଆନୁଷଙ୍ଗିକ କ୍ଷେତ୍ରକୁ ଚିହ୍ନଟ କରିଥାଏ ।
ସୌନ୍ଦର୍ଯ୍ୟ ଶିଳ୍ପରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ନିର୍ଦ୍ଧାରିତ କରାଯାଇଥିବା ଟିରା ସାଧନଗୁଡ଼ିକ ବିଭିନ୍ନ ପ୍ରକାରର ଯତ୍ନର ସହ ନିର୍ମିତ ଆନୁଷଙ୍ଗିକ ସାମଗ୍ରୀକୁ ଅନ୍ତର୍ଭୁକ୍ତ କରେ । ପ୍ରୋ ମେକ୍‌ଅପ୍ ବ୍ରସ ଠାରୁ ଆରମ୍ଭ କରି ଫେସିଆଲ ରୋଲର୍ସ ଏବଂ ବିୟୁଟି ସ୍ପଞ୍ଜ ପର୍ଯ୍ୟନ୍ତ, ଟିରା ଉପକରଣଗୁଡ଼ିକ ବିଭିନ୍ନ ସୌନ୍ଦର୍ଯ୍ୟ ଆବଶ୍ୟକତା ପୂରଣ ପାଇଁ ଏକ ବ୍ୟାପକ ଚୟନର ପ୍ରତିଶ୍ରୁତି ଦେଇଥାଏ । ଉତ୍କର୍ଷତା ପ୍ରତି ବ୍ରାଣ୍ଡ୍‌ର ପ୍ରତିବଦ୍ଧତା ଏହାର ସବିଶେଷ ଧ୍ୟାନ ଏବଂ ଗୁଣବତ୍ତା ଉପରେ ଅଦମ୍ୟ ଧ୍ୟାନରେ ସ୍ପଷ୍ଟ ହୋଇଛି । ଟିରା ଉପକରଣ ସଂଗ୍ରହ ମଧ୍ୟରେ ଥିବା ଷ୍ଟାଣ୍ଡଆଉଟ୍ ଅଫ୍‌ର ମଧ୍ୟରେ ପ୍ରୋ ଆର୍ଟିଷ୍ଟ୍ରି କିଟ୍ ଅଛି । ଏହି କିଟ୍‌ଗୁୂଡିକ ବୃତ୍ତିଗତ ମେକଅପ୍ କଳାକାର ଏବଂ ସୌନ୍ଦର୍ଯ୍ୟ ଉତ୍ସାହୀଙ୍କ ଚାହିଦା ପୂରଣ କରିବା ପାଇଁ ସଠିକତା ଏବଂ ବହୁମୁଖୀତାକୁ ଏକତ୍ର କରିଥାଏ । ଏତଦ୍‌ବ୍ୟତୀତ ବ୍ୟୁଟି ସ୍ପଞ୍ଜ୍‌ରେ ଅତ୍ୟାଧୁନିକ ଡିଜାଇନ୍ ରହିଛି ଯେତେବେଳେ କି ଫେସିଆଲ ରୋଲର୍ସ ଏବଂ ଗୁଆ ଶା ଟୁଲ୍‌ସରେ ଅସଲ ଜେଡ୍ ଏବଂ କ୍ୱାର୍ଜ ଭଳି ପ୍ରିମିୟମ୍ ଗୁଣବତ୍ତାଯୁକ୍ତ ସାମଗ୍ରୀ ରହିଛି ।
ଟିରା ଟୁଲ୍‌ସ ନୈତିକ ମାନଦଣ୍ଡକୁ ପ୍ରାଥମିକତା ଦେଇଥାଏ ଏବଂ ଏସବୁ ନିଜର ସମସ୍ତ ଉତ୍ପାଦ ତଥା ସୌନ୍ଦର୍ଯ୍ୟଉପକରଣ ସମ୍ପୂର୍ଣ୍ଣରୂପେ ସୁରକ୍ଷିତ ଏବଂ ସମ୍ପୂର୍ଣ୍ଣ ନିରାମିଷ ଉପାଦାନରେ ପ୍ରସ୍ତୁତ କରାଯାଇଥାଏ । ଉଭୟ ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍ ଅର୍ଥାତ୍ ଷ୍ଟୋରଗୁଡ଼ିକରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ଜାଣିବା ପାଇଁ ଗ୍ରାହକ ଟିରାବିୟୁଟି.କମ୍ କିମ୍ବା ଟିରା ଷ୍ଟୋର୍ସ ପରିଦର୍ଶନ କରିପାରିବେ । ୨୦୨୩ରେ ରିଲାଏନ୍ସ ରିଟେଲ୍ ଲିମିଟେଡ୍ ପକ୍ଷରୁ ଟିରା ବ୍ରାଣ୍ଡ୍ ଅଧୀନରେ ସୌନ୍ଦର୍ଯ୍ୟ ସାମଗ୍ରୀ ଉତ୍ପାଦନ ତଥା ବିକ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking