38.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶକେଜ୍ରିୱାଲ୍‌ଙ୍କ ପିଏସ୍ ବରଖାସ୍ତ

କେଜ୍ରିୱାଲ୍‌ଙ୍କ ପିଏସ୍ ବରଖାସ୍ତ

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ପରେ ଦଳର ନେତା, ସାଂସଦମାନେ ଏବେ ଭୟଭୀତ ହୋଇ ଛତ୍ରଭଙ୍ଗ ଦେଉଥିବା ଦେଖିବାକୁ ମିଳୁଛି । ଏସବୁ ମଧ୍ୟରେ କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସଚିବ (ପିଏସ୍‌) ବିଭବ କୁମାରଙ୍କୁ ତାଙ୍କ ପଦରୁ ବରଖାସ୍ତ କରାଯାଇଛି । ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ ବିଭବ କୁମାରଙ୍କୁ ବରଖାସ୍ତ କରାଯାଇଛି । ଏନେଇ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କେନ୍ଦ୍ରୀୟ ପ୍ରଶାସନିକ ସେବା ନିୟମକୁ ଉଲ୍ଲଂଘନ କରାଯାଇ ବିଭବ କୁମାରଙ୍କୁ କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଉଲ୍ଲେଖ କରିଛନ୍ତି । ଏତଦ୍‌ବ୍ୟତୀତ ୨୦୦୭ରେ ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ ଏବଂ ଏନେଇ ତାଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଥିଲା କିନ୍ତୁ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯିବା ସମୟରେ କେଜ୍ରିୱାଲ୍ ସରକାର ଉଦ୍ଦେଶ୍ୟମୂଳକ ଭାବେ ଏହି ତଥ୍ୟକୁ ଲୁଚାଇଥିବା ନିର୍ଦ୍ଦେଶାନାମାରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking