33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶପେଗାସସ୍ ଭଳି ସାଇବର ଆଟାକ୍ ଆଶଙ୍କା; ଭାରତ ସମେତ ୯୧ ରାଷ୍ଟ୍ରର ୟୁଜର୍ସଙ୍କୁ ଆପଲ୍‌ର ଚେତାବନୀ

ପେଗାସସ୍ ଭଳି ସାଇବର ଆଟାକ୍ ଆଶଙ୍କା; ଭାରତ ସମେତ ୯୧ ରାଷ୍ଟ୍ରର ୟୁଜର୍ସଙ୍କୁ ଆପଲ୍‌ର ଚେତାବନୀ

ୱାଶିଂଟନ୍ : ଆଇଫୋନ୍‌୍ ନିର୍ମାତା ‘ଆପଲ୍‌’ କମ୍ପାନୀ ପକ୍ଷରୁ ଏବେ ନିଜ ଉପଭୋକ୍ତାମାନଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ସୂଚନା ଜାରି କରାଯାଇଛି । ଏହାକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ରିପୋର୍ଟ ଅନୁସାରେ ଆପଲ୍ ପକ୍ଷରୁ ନିଜ ଉପଭୋକ୍ତାମାନଙ୍କୁ ଚେତାବନୀ ବା ଆଗୁଆ ସତର୍କ ସୂଚନା ଜାରି କରାଯାଇ ଦର୍ଶାଯାଇଛି ଯେ, ଆଗାମୀ ସମୟରେ ସମଗ୍ର ବିଶ୍ୱରେ ପେଗାସସ୍ ଭଳି ସାଇବର ଆଟାକ୍ ହେବାର ଆଶଙ୍କା ରହିଛି । ଆପଲ୍ ପକ୍ଷରୁ ଜାରି କରାଯାଇଥିବା ଏହି ବିଜ୍ଞପ୍ତି ଅନୁସାରେ ବିଶ୍ୱର ପ୍ରାୟ ୯୧ଟି ଦେଶରେ ଅର୍ଥାତ୍ ଏହି ୯୧ ଦେଶର ନାଗରିକ ବ୍ୟବହାର କରୁଥିବା ଇଣ୍ଟରନେଟ୍ ସର୍ଭର ଉପରେ ଏହି ସାଇବର ଆଟାକ୍ ହେବ । ଏସବୁ ଦେଶ ମଧ୍ୟରେ ଆମେରିକା, ବ୍ରିଟେନ୍‌, ଜର୍ମାନ୍‌, ଫ୍ରାନ୍ସ ଭଳି ଦେଶଙ୍କ ସହ ଭାରତ ମଧ୍ୟ ସାମିଲ ରହିଛି । ଆପଲ୍ ନିଜ ବିଜ୍ଞପ୍ତିରେ ପେଗାସସ୍ ମାଲୱେୟାର ସମେତ ମର୍ସିନାରୀ ସ୍ପାଏୱେୟାର’ ସାଇବର ଆକ୍ରମଣ ବିଷୟରେ ସ୍ପଷ୍ଟ ଉଲ୍ଲେଖ କରିଛି । ଏହାକୁ ନେଇ ଏବେ ପୁଣିଥରେ ଭୟ ସଞ୍ଚାରିତ ହୋଇଥିବା ବେଳେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ପ୍ରକାଶ, ଆମେରିକା, ବ୍ରିଟେନ୍ ଆଦି ପାଶ୍ଚାତ୍ୟ ଦେଶ ଭଳି ଭାରତରେ ମଧ୍ୟ ଆପଲ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଆଇଟି ଟେକ୍ନୋଲେଜିଯୁକ୍ତ ଉପକରଣ ଯଥା ଆଇଫୋନ୍‌, ଟାବଲେଟ୍‌, ଲାପଟପ୍‌, ସ୍ମାର୍ଟୱାଚ୍‌, ଇୟରବଡ୍ ଇତ୍ୟାଦି ସାମଗ୍ରୀର ବହୁଳ ବ୍ୟବହାର ହେଉଛି । ଭାରତରେ ମଧ୍ୟ କୋଟି କୋଟି ଲୋକ ଆପଲ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏସବୁ ଆଇଟି ଉପକରଣ ବ୍ୟବହାର କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking