29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଲୋକସଭା ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋକସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ୯୪ ସଂସଦୀୟ କ୍ଷେତ୍ର ପାଇଁ ଗୁରୁବାର ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତୃତୀୟ ପର୍ଯ୍ୟାୟରେ ନାମାଙ୍କନ ପତ୍ର ଶୁକ୍ରବାର ଅର୍ଥାତ୍ ୧୨ ତାରିଖ ଠାରୁ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ପୃଥକ୍ ଭାବେ ୨୯-ବେତୁଲ (ଏସ୍‌ଟି)ର ସ୍ଥଗିତ ପୋଲ୍ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଠାରେ ବହୁଜନସମାଜ ପାର୍ଟି (ବିଏସ୍‌ପି) ପ୍ରାର୍ଥୀଙ୍କ ଦେହାନ୍ତ ହେବା ପରେ ପରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ତୃତୀୟ ପର୍ଯ୍ୟାୟରେ ସାମିଲ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ହେଉଛି ଆସାମ, ବିହାର, ଛତିଶଗଡ଼, ଦାଦ୍ରା ନଗର ହାଭେଲୀ ଏବଂ ଡାମନଡିୟୁ, ଗୋଆ, ଗୁଜରାଟ, ଜମ୍ମୁ କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking