29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଲସ୍କର ସମ୍ପୃକ୍ତି ଅଭିଯୋଗ, ୩ ଗିରଫ

ଲସ୍କର ସମ୍ପୃକ୍ତି ଅଭିଯୋଗ, ୩ ଗିରଫ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀ ସମ୍ପର୍କୀତ ତଥ୍ୟସବୁକୁ ଆତଙ୍କବାଦୀଙ୍କ ପର୍ଯ୍ୟନ୍ତ ପହଞ୍ଚାଉଥିବା ବା ଲିକ୍ କରୁଥିବା ଅଭିଯୋଗ ୩ଜଣଙ୍କୁ ବାରାମୁଲା ଅଞ୍ଚଳରୁ ଗିରଫ କରିବାରେ ସୁରକ୍ଷା ଟିମ୍‌କୁ ସଫଳତା ମିଳିଛି । ଗୁଇନ୍ଦା ରିପୋର୍ଟ ମିଳିବା ପରେ ବାରାମୁଲା ପୁଲିସ୍ ଓ ସୁରକ୍ଷାବାହିନୀ ପକ୍ଷରୁ ବାରାମୁଲାର ଓଲ୍‌ଡ୍ ଟାଉନ୍ ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଇଥିଲା । ଏହି ସମୟରେ ଘଟଣାସ୍ଥଳରୁ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ୩ଟି ଗ୍ରେନେଡ୍ ସହ ସୁରକ୍ଷାବଳ ସହ ଜଡିତ କେତେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ କରାଯାଇଥିବା ଜଣାପଡିଛି । ବାରାମୁଲା ପୁଲି୍‌୍‌ସ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ସୁରକ୍ଷାଟିମ୍ ଏବଂ ସ୍ଥାନୀୟ ପୁଲିସ୍ ଟିମ୍ ସହାୟତାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହ ସମ୍ପୃକ୍ତ ରହିଥିବା ଏବଂ ସଂଗଠନର ସହଯୋଗୀ ଭାବେ କାମ କରୁଥିବା ଗୁଇନ୍ଦା ସୂଚନା ମିଳିଥିଲା ।
ଗିରଫ ୩ ଅଭିଯୁକ୍ତ ହେଲେ ଓବେସ୍ ଅହମ୍ମଦ ୱାଜା, ବାସିତ୍ ଫୟାଜ୍ କାଲୁ ଓ ଫହିମ୍ ଅହମ୍ମଦ ମୀର । ଏମାନେ ମୁଖ୍ୟତଃ ସୁରକ୍ଷାବଳ ଏବଂ ପୁଲିସ୍ ଟିମ୍‌ର ପ୍ରତ୍ୟେକ ମୁଭମେଣ୍ଟ ତଥା ସିକ୍ରେଟ୍ କାର୍ଯ୍ୟକ୍ରମ ସମ୍ପର୍କରେ ଆତଙ୍କବାଦୀ ସଂଗଠ ଲସ୍କର ପର୍ଯ୍ୟନ୍ତ ପହଞ୍ଚାଇବାର କାର୍ଯ୍ୟ କରୁଥିଲେ ଏବଂ ଏଥିପାଇଁ ଲସ୍କର ପକ୍ଷରୁ ଏମାନଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ମିଳୁଥିଲା । ତେବେ ଏହି ୩ଜଣଙ୍କୁ ଜେରା କରାଯିବା ସମୟରେ ଲସ୍କର ପକ୍ଷରୁ ଆଗାମୀ ଲୋକସଭା ନିର୍ବାଚନରେ ବାରାମୁଲା ତଥା ଜମ୍ମୁ କାଶ୍ମୀରର ଅନ୍ୟ କେତେକ ପ୍ରାନ୍ତରେ କିଛି ଅଘଟଣ ଘଟାଇବାକୁ ବଡ଼ ଧରଣର ଷଡଯନ୍ତ୍ର ରଚିଥିବା ଜଣାପଡିଛି । ତେବେ ଏମାନଙ୍କ ବୟାନ ଅନୁସାରେ ବାରାମୁଲା ଅଞ୍ଚଳରେ ଲୁଚି ରହିଥିବା ଲସ୍କର ଆତଙ୍କବାଦୀଙ୍କୁ ଗିରଫ କରିବା ପାଇଁ ସର୍ଚ୍ଚ ଅପେରସନ୍‌କୁ ଜୋରଦାର କରାଯାଇଥିବା ବାରାମୁଲା ପୁଲିସ୍ ମୁଖ୍ୟ ସ୍ପଷ୍ଟ କରିଛନ୍ତି । ତେବେ ଗିରଫ ୩ ଅଭିଯୁକ୍ତଙ୍କ ବିରୋଧରେ ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ (ୟୁଏପିଏ)ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଛି ବୋଲି ପୁଲିସ ମୁଖ୍ୟ କହିଛନ୍ତି । ପ୍ରକାଶ ଗତବର୍ଷ ନଭେମ୍ବରରେ ବାରାମୁଲା ପୁଲିସ୍ ଲସ୍କର-ଏ-ତୋଇବା ସହ ଜଡିତ ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking