28.1 C
Bhubaneswar
Saturday, April 27, 2024
Homeଖେଳଚୂଡ଼ାନ୍ତ ଏକାଦଶରୁ ମାର୍କସ୍ ହ୍ୟାରିସ୍‌ଙ୍କ ଛୁଟି , ପଞ୍ଚମ ଟେଷ୍ଟରେ ଓପ୍ନିଂ କରିବେ ଖୱାଜା

ଚୂଡ଼ାନ୍ତ ଏକାଦଶରୁ ମାର୍କସ୍ ହ୍ୟାରିସ୍‌ଙ୍କ ଛୁଟି , ପଞ୍ଚମ ଟେଷ୍ଟରେ ଓପ୍ନିଂ କରିବେ ଖୱାଜା

ହୋବାର୍ଟ : ଅଷ୍ଟ୍ରେଲିଆ ପାଇଁ ଆଶେସ୍ ସିରିଜ୍‌ରେ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଥିବା ଉସ୍‌ମାନ୍ ଖୱାଜା ଏବେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ମାର୍କସ୍ ହ୍ୟାରିସ୍‌ଙ୍କ ସ୍ଥାନରେ ଇନିଂସ୍ ଓପ୍ନିଂ କରିବେ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଶୁକ୍ରବାରଠାରୁ ହୋବାର୍ଟରେ ଖେଳାଯିବ । ଖୱାଜାଙ୍କୁ ଚତୁର୍ଥ ଟେଷ୍ଟରେ ଟ୍ରେଭିସ୍ ହେଡ୍‌ଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା ଏବଂ ସେ ଉଭୟ ଇନିଂସ୍‌ରେ ଶତକ ହାସଲ କରି ଟିମ୍‌ରେ ନିଜ ଦାବିଦାରୀଙ୍କୁ ଆହୁରି ମଜଭୁତ କରିଥିଲେ । ଗୋଟିଏ ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ଶତକ ହାସଲ କରିବାରେ ଖୱାଜା ଟେଷ୍ଟ କ୍ରିକେଟ୍ ଇତିହାସରେ ତୃତୀୟ ବ୍ୟାଟ୍ସମ୍ୟାନ ।

ପଞ୍ଚମ ଟେଷ୍ଟ ପାଇଁ ଟ୍ରେଭିଡ୍ ହେଡ୍ ଫିଟ୍ ହୋଇଥିବା କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ ସ୍ପଷ୍ଟ କରିଛନ୍ତି । ଫଳରେ ହ୍ୟାରିସ୍ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିବା ନିଶ୍ଚିତ । ଏହା ସହିତ ଖୱାଜା ଅନ୍ତିମ ମ୍ୟାଚ୍‌ରେ ଡେଭିଡ୍ ୱାର୍ଣ୍ଣର୍‌ଙ୍କ ସହ  ଇନିଂସ୍ ଓପନ୍ କରିବା ଦେଖିବାକୁ ମିଳିବ । ସୂଚନାଯୋଗ୍ୟ, ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ୩ଟି ମ୍ୟାଚ୍ ଜିତି ସିରିଜ୍ କବ୍‌ଜା କରିସାରିଛି । ଅନ୍ୟପକ୍ଷରେ ଚତୁର୍ଥ ମ୍ୟାଚ୍‌କୁ ଇଂଲଣ୍ଡ ସଂଘର୍ଷ କରି ଡ୍ର’ ରଖିଥିଲା ।

ଅଷ୍ଟ୍ରେଲିଆ ସ୍କ୍ୱାଡ୍‌: ପ୍ୟାଟ୍ କମିନ୍ସ (କ୍ୟାପ୍‌ଟେନ୍‌), ଷ୍ଟିଭ୍ ସ୍ମିଥ୍ (ଭାଇସ୍ କ୍ୟାପ୍‌ଟେନ୍‌), ସ୍କଟ୍ ବୋଲାଣ୍ଡ୍‌, ଆଲେକ୍ସ କେରୀ, ମାର୍କସ୍ ହ୍ୟାରିସ୍‌, ଟ୍ରେଭିସ୍ ହେଡ୍‌, ଜୋଶ୍ ଇଙ୍ଗ୍‌ଲିସ୍‌, ଉସ୍‌ମାନ୍ ଖୱାଜା, ମାର୍ନସ୍ ଲାବୁଶେନ୍‌, ନାଥନ୍ ଲିଅନ୍‌, ମିଚେଲ୍ ମାର୍ଶ, ମାଇକେଲ୍ ନେସର୍‌, ଝାୟ ରିଚାର୍ଡସନ୍‌, ମିଚେଲ୍ ଷ୍ଟାର୍କ, ମିଚେଲ୍ ସ୍ୱେପ୍‌ସନ୍‌, ଡେଭିଡ୍ ୱାର୍ଣ୍ଣର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking