29.1 C
Bhubaneswar
Wednesday, May 8, 2024
Homeଅପରାଧନିୟମଗିରିରେ ଲାଗିଲା ମାଓ ବିରୋଧୀ ପୋଷ୍ଟର

ନିୟମଗିରିରେ ଲାଗିଲା ମାଓ ବିରୋଧୀ ପୋଷ୍ଟର

ରାୟଗଡ଼ା : ନିୟମଗିରିରେ ଲାଗିଲା ମାଓବିରୋଧୀ ପୋଷ୍ଟର । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରିର ପାରସାଲି ପଞ୍ଚାୟତ ସଦର ମହକୁମାର ୫ଟି ଜାଗାରେ ଲାଗିଛି ଏହି ହାତ ଲେଖା ପୋଷ୍ଟର । ସବୁବେଳେ ମାଓବାଦୀ ମାନେ ନିଜ ସ୍ଥିତି ଜାହିର ପାଇଁ ପୋଷ୍ଟର ଲଗାଉଥିବା ବେଳେ ଏବେ ଡଙ୍ଗରିଆକନ୍ଧ ବିକାଶ ମଞ୍ଚ ନାମରେ ଏହି ପୋଷ୍ଟର ଲଗାଯାଇଛି । ଏଥିରେ ୭ଟି ପ୍ରଶ୍ନ କରାଯାଇଛି । ସେଗୁଡ଼ିକ ହେଲା ନିୟମଗିରି ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ହେବ କେବେ, ନିୟମଗିରି ସୁରକ୍ଷା ମଞ୍ଚ ନାମରେ ଡଙ୍ଗରିଆ ଯୁବକଙ୍କୁ କେତେଦିନ ଅତ୍ୟାଚାର କରାଯିବ, ରାସ୍ତାନିର୍ମାଣ ପାଇଁ ଠିକାଦାରଙ୍କ ଠାରୁ ମୋଟାଅଙ୍କର ବଟିନେବା, ନିୟମଗିରିର ଉନ୍ନତିପାଇଁ କାମକରୁଥିବା ଯୁବକଙ୍କୁ ହତ୍ୟା ଧମକ, ରାସ୍ତା ନିର୍ମାଣରେ ବ୍ୟବହୃତ ଗାଡ଼ିକୁ କିଏ ପୋଡ଼ିବାକୁ କହିଲା, ଏତେ ସବୁ ସତ୍ତ୍ୱେ ନିୟମଗିରି ସୁରକ୍ଷା ସମିତି କାହିଁକି ବିରୋଧ କରୁନି ଓ କ’ଣ ନିୟମଗିରି ସୁରକ୍ଷା ସମିତି ସମର୍ଥନ ଜଣାଉଛିକି ବୋଲି ପ୍ରଶ୍ନ ଉଠାଇଛନ୍ତି । ଗତ ସପ୍ତାହରେ ନିୟମଗିରିକୁ ରାସ୍ତା ନିର୍ମାଣରେ ନିୟୋଜିତ ମେସିନକୁ ପୋଡ଼ି ଦେଇଥିଲେ ମାଓବାଦୀ । ତେବେ ଏହାକୁ ନିୟମଗିରି ସୁରକ୍ଷା ସମିତିର ସଭାପତି ସିକକା ଲଦା କାହିଁକି ସମର୍ଥନ କଲା ବୋଲି ଏଥିରେ ପ୍ରଶ୍ନ ଉଠାଯାଇଛି । ଗୋଟିଏ ପଟେ ନକ୍ସଲ ନିୟମଗିରି କବ୍‌ଜାର ପ୍ରୟାସରେ ନିରୀହ ଡଙ୍ଗରିଆ ବଳିପଡୁଥିବା ବେଳେ ଏବେ ଡଙ୍ଗରିଆକନ୍ଧ ବିକାଶ ମଞ୍ଚ ନାମରେ ପୋଷ୍ଟର ଆଗକୁ ନିୟମଗିରିରେ ମାଲକାନଗିରିର ବିଛିନ୍ନାଞ୍ଚଳ ଭଳି ସ୍ଥିତି ଦେଖାଯିବାର ସନ୍ଦେହ ସୃଷ୍ଟି କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking