29.1 C
Bhubaneswar
Wednesday, April 24, 2024
Homeଓଡିଶାବ୍ୟାଙ୍କ୍ ଦେଖି ନଥିବା ଚାଷୀଙ୍କ ମୁଣ୍ଡରେ ଅଢ଼େଇ ଲକ୍ଷର ଆୟକର ବୋଝ

ବ୍ୟାଙ୍କ୍ ଦେଖି ନଥିବା ଚାଷୀଙ୍କ ମୁଣ୍ଡରେ ଅଢ଼େଇ ଲକ୍ଷର ଆୟକର ବୋଝ

ଉମରକୋଟ : ଗୋଟିଏ ପଟେ ଜଣେ ଚାଷୀଙ୍କୁ ନିଜ ପରିବାର ପାଇଁ ୨ ଓଳି ଦୁଇମୁଠା ଖାଇବା ଯୋଗାଡ଼ କରିବା କାଠିକର ପାଠ ହୋଇପଡ଼ିଥିବା ବେଳେ ତାଙ୍କ ପାଖକୁ ଆସିଛି ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ଆୟକର ନୋଟିସ୍ । ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କୋରାପୁଟ ଜିଲ୍ଲା ଉମରକୋଟସ୍ଥିତ ପୂଜାରୀଭରଣ୍ଡି ଗାଁରେ ଏପରି ଏକ ଘଟଣା ସାମନାକୁ ଆସିଛି । ଏହି ଗାଁର ସନଥର ଗଣ୍ଡଙ୍କ ନିକଟକୁ ଆସିଛି ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ନୋଟିସ୍ ।
ସନରଥ କୁହନ୍ତି, ସେ ଲେଖାପଢ଼ା ଜାଣି ନାହାନ୍ତି । ଜୀବନରେ କେବେ ବ୍ୟାଙ୍କକୁ ବି ଯାଇନାହାନ୍ତି । କିନ୍ତୁ ୭ ବର୍ଷ ହେବ ଉମରକୋଟର ଜଣେ ବ୍ୟବସାୟୀଙ୍କ ନିକଟରେ ସେ ଦିନମଜୁରିଆ ଭାବେ କାମ କରୁଥିଲେ । ସେଠାରେ ଉକ୍ତ ବ୍ୟବସାୟୀଜଣକ ତାଙ୍କ ଆଧାର କାର୍ଡ ଓ ବିଭିନ୍ନ ଡକ୍ୟୁମେଣ୍ଟ ହାତେଇ ନେଇଥିଲେ । ଏହାପରେ ସେ ତାକୁ କ’ଣ କଲେ ସେ ସମ୍ପର୍କରେ ସନଥରଙ୍କ ନିକଟରେ କିଛି ବି ସୂଚନା ନ ଥିଲା ।
ଅପରପକ୍ଷେ କିଛିଦିନ ହେବ ସନରଥଙ୍କ ଘରକୁ ଆୟକର ବିଭାଗ ପକ୍ଷରୁ ୬ଟି ନୋଟିସ୍ ଆସିଥିଲା । ସେ ଲେଖି ପଢ଼ି ଯାଣି ନଥିବାରୁ ଉକ୍ତ ନୋଟିସ୍‌କୁ ନେଇ ସେ ନିକଟସ୍ଥ ସ୍କୁଲ ଶିକ୍ଷକଙ୍କ ନିକଟକୁ ଯାଇଥିଲେ । ସେଠାରେ ଯାହା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା । ସେ କେବେ ବ୍ୟାଙ୍କ ଦୁଆରମୁହଁରେ ପାଦ ଦେଇ ନ ଥିବା ପାସ୍‌ବୁକ୍ କ’ଣ ଜାଣି ନଥିବାବେଳେ ତାଙ୍କ ନାଁରେ ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ଟିକସ ଆସିଥିବା ଘଟଣାକୁ ସେ ବିଶ୍ୱାସ କରିପାରୁ ନାହାନ୍ତି ।
ଆୟକର ନୋଟିସ୍ ସୂଚନା ଅନୁସାରେ, ସନଧରଙ୍କ ନାଁରେ ଆଇସିଆଇସିଆଇ ବ୍ୟାଙ୍କରେ ଆକାଉଣ୍ଟ ଥିବାବେଳେ ସେଥିରେ ୧ କୋଟି ୪୭ ଲକ୍ଷରୁ ଅଧିକ ଟଙ୍କା ରଖାଯାଇଥିଲା । ଏହାକୁ ପରେ ଉଠାଣ ବି ହୋଇଛି । ତେବେ ଆୟକର ନୋଟିସ୍‌କୁ ନେଇ ସନଧରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ନିଜେ ଅପାଠୁଆ ହୋଇଥିବା ବେଳେ ଏପରି ସମସ୍ୟାରୁ କିପରି ମୁକୁଳିବେ, ତାଙ୍କୁ ବୁଦ୍ଧିବାଟ ଦିଶୁ ନଥିବା କହିଛନ୍ତି ।
ସନଥର କେବେ ବ୍ୟାଙ୍କ ଯାଇନଥିବା ବେଳେ ତାଙ୍କ ନାଁରେ କିପରି ଆକାଉଣ୍ଟ ଖୋଲିଲା, ତାଙ୍କ ଦସ୍ତଖତ କିଏ କଲା, ଏଥିରେ ବ୍ୟାଙ୍କ ଅଧିକାରୀଙ୍କ ସମ୍ପୃକ୍ତିକୁ ନେଇ ପୁଲିସ୍‌ର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking