34.1 C
Bhubaneswar
Thursday, March 28, 2024
Homeଓଡିଶାଯୁଧୀଷ୍ଟିର ମିଶ୍ର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା : ଭବାନି ପୃଷ୍ଟି ଚମ୍ପିୟାନ ଅଫ୍ ଚମ୍ପିୟାନ୍ସ ବିବେଚିତ

ଯୁଧୀଷ୍ଟିର ମିଶ୍ର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା : ଭବାନି ପୃଷ୍ଟି ଚମ୍ପିୟାନ ଅଫ୍ ଚମ୍ପିୟାନ୍ସ ବିବେଚିତ

ବଲାଙ୍ଗିର : ବଲାଙ୍ଗିର ଡିଷ୍ଟିକ୍ ଜିମ୍‌ନାଷ୍ଟିକ ଆସୋସିଏସନ ଆନୁକୁଲ୍ୟରେ ଟିକ୍ରାପଡା ବି.ଡି.ଜି.ଏ. କ୍ଲବ ପ୍ରାଙ୍ଗଣରେ ଯୁଧିଷ୍ଟିର ମିଶ୍ର ବଡି ବଲିଡିଙ୍ଗ ଓ ମେନ୍ସ ଫିଜିକ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଓଜନ ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୫୫ କେଜି ବର୍ଗରେ ନରେଶ ବାରିକ ପ୍ରଥମ, ଜିତେନ ଦିପ ଦ୍ୱିତୀୟ, ସୁରେନ୍ଦ୍ର ବେହେରା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ୬୦ କେଜି ବର୍ଗରେ ସୁନିଲ ମୁଣ୍ଡା ପ୍ରଥମ, ଟିକେଲାଲ ବାଗ ଦ୍ୱିତୀୟ, କୁନା ଦାଶ ତୃତୀୟ ସ୍ଥାନ ।
୬୫ କେଜି ବର୍ଗରେ ଦେବେନ୍ଦ୍ର ନାଏକ ପ୍ରଥମ, ଉପେନ ଜାଲ ଦ୍ୱିତୀୟ ଓ ରାଜା କଉଡି ତୃତୀୟ, ୭୦ କେଜି ବର୍ଗରେ ସଂଗ୍ରାମ ମୁଣ୍ଡା ପ୍ରଥମ, ଦିବ୍ୟଜ୍ୟୋତି ଷଡଙ୍ଗି ଦ୍ୱିତୀୟ ଓ ପଦ୍ମଲୋଚନ ମାଝି ତୃତୀୟ ସ୍ଥାନ ଅଧିକରିଥିବା ବେଳେ, ୭୫ କେଜିରୁ ଉର୍ଦ୍ଧ୍ୱ ବର୍ଗରେ ଭବାନୀ ପୃଷ୍ଟି ପ୍ରଥମ, ଦିପକ ବେହେରା ଦ୍ୱିତୀୟ ଓ କୈାସ୍ତୁବ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତ୍ୟେକ ବର୍ଗରେ ପ୍ରଥମ ଅଧିକାର କରିଥିବା ପ୍ରତିଯୋଗିଙ୍କ ମଧ୍ୟରେ ଆୟୋଜି ଚମ୍ପିୟାନ ଅଫ୍ ଚମ୍ପିୟାନ୍ସ ପ୍ରତିଯୋଗିତାରେ ଭବାନି ପୃଷ୍ଟି ବିଜୟ ଲାଭ କରିଥିଲେ । ମେନ୍‌ସ୍ ଫିଜିକ୍ ପ୍ରତିଯୋଗିତାର ଦୁଇଟି ବର୍ଗରେ ହରି ପଧାନ ଓ ଅନିଲ ନାଏକ ବିଜୟ ଲାଭ କରିଥିଲେ ।
ବରଗଡ, ରାଉରକେଲା, ଝାରସୁଗୁଡା, ଫୁଲବାଣୀ, କୋରାପୁଟ, ସୋନପୁର, କଳାହାଣ୍ଡି, ଟିଟିଲାଗଡ ଓ ସଇଁନ୍ତଲା ରୁ ଶହେରୁ ଉର୍ଦ୍ଧ୍ୱ ପ୍ରତିଯୋଗିଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜିବୀ ଅମରେନ୍ଦ୍ର ମିଶ୍ର ଯୋଗଦାନ କରିଥିଲେ । ପ୍ରତିଯୋଗିତାରେ ସଂଜୟ ଶତପଥି ଓ ରୂପକ ବରାଳ, ଅଶୋକ ନାଏକ ବିଚାରକର ଦାୟିତ୍ୱ ତୁଳାଇଥିଲେ । ବିଡିଜିଏର ସଂପାଦକ ସଂଗ୍ରାମ କେଶରୀ ବହିଦାର ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ବଲାଙ୍ଗିର ଓ ଆଖପାଖ ଅଞ୍ଚଳର ଶହଶହ ଲୋକ ଏହି କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking