33.1 C
Bhubaneswar
Thursday, May 23, 2024
Homeଦେଶ ବିଦେଶମ୍ୟାନ୍‌କାଇଣ୍ଡ ଫାର୍ମାକୁ ୨-ଡିଜି ଔଷଧ ପ୍ରସ୍ତୁତି ଅନୁମତି

ମ୍ୟାନ୍‌କାଇଣ୍ଡ ଫାର୍ମାକୁ ୨-ଡିଜି ଔଷଧ ପ୍ରସ୍ତୁତି ଅନୁମତି

ନୂଆଦିଲ୍ଲୀ: କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ୨-ଡିଜି ଔଷଧର ପ୍ରସ୍ତୁତି ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁବାର ମ୍ୟାନ୍‌କାଇଣ୍ଡ ଫାର୍ମାକୁ ଅନୁମତି ପ୍ରଦାନ କରାଯାଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ହିମାଚଳ ପ୍ରଦେଶରେ ଥିବା କମ୍ପାନୀ କାରଖାନାରେ ଏହା ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି । ଡଃ ରେଡିଜ୍ ଲ୍ୟାବ୍ ଓ ପ୍ରତିରକ୍ଷା ଗବେଷଣା ଓ ଗବେଷଣା ସଂଗଠନ (ଡିଆରଡିଓ)ର ମିଳିତ ସହଯୋଗରେ ପ୍ରସ୍ତୁତ ଏହି ଔଷଧର ଜରୁରୀ ବ୍ୟବହାର ପାଇଁ ମେ’ ୧ରେ ଡିସିଜିଆଇ (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ) ଅନୁମତି ଦେଇଥିଲେ । ଏହି ଔଷଧ ସେବନ କରିବା ଫଳରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୋଭିଡ୍ ରୋଗୀ ଶୀଘ୍ର ଆରୋଗ୍ୟଲାଭ କରୁଥିବାବେଳେ ଅକ୍ସିଜେନ୍‌ର ଆବଶ୍ୟକତା କୁ ମଧ୍ୟ ଏହା ବହୁ ପରିମାଣରେ ହ୍ରାସ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking