40.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶକନ୍ୟାକୁ ଚୁମ୍ବନ ଦେବାରୁ ବରକୁ ପିଟିଲେ କନ୍ୟାପକ୍ଷ

କନ୍ୟାକୁ ଚୁମ୍ବନ ଦେବାରୁ ବରକୁ ପିଟିଲେ କନ୍ୟାପକ୍ଷ

ଲକ୍ଷ୍ନୌ: ବରମାଳା ପରେ କନ୍ୟାକୁ ଚୁମ୍ବନ ଦେବାରୁ ବରପକ୍ଷକୁ ମାଡ଼ ମାରିଲେ କନ୍ୟାପକ୍ଷ । ୟୁପିର ହାପୁରରେ ଘଟିଛି ଏଭଳି ଘଟଣା । ୨ଭଉଣୀଙ୍କ ବିବାହ ଗୋଟାଏ ଦିନରେ ଥିବା ବେଳେ କନ୍ୟାପକ୍ଷ ଏକ ବଡ଼ ଆୟୋଜନ କରିଥିଲେ । ବଡ଼ ଭଉଣୀର ବିବାହ ଶେଷ ହେବା ପରେ ସାନ ଭଉଣୀର ବିବାହ କାମ ଆରମ୍ଭ ହୋଇଥିଲା । ହେଲେ ବରମାଳା ପରେ ବର, କନ୍ୟାକୁ ଚୁମ୍ବନ ଦେବାରୁ ରାଗରେ କନ୍ୟାପକ୍ଷ ମଞ୍ଚ ଉପରେ ଥିବା ବର ଓ ବରଯାତ୍ରୀଙ୍କୁ ପିଟିଥିଲେ । ଏହି ଘଟଣାକୁ ନେଇ ଏବେ ପୁଲିସ ୨ପକ୍ଷରୁ ୭ଜଣଙ୍କୁ ଅଟକ ରଖିଥିବା ସାମ୍ନାକୁ ଆସିଛି । ପୁଲିସର କହିବା ମୁତାବକ, ସାନ ଝିଅର ବିବାହ ସମୟରେ ବରମାଳା ହୋଇଥିଲା ।

ଏହା ପରେ ବର, କନ୍ୟାକୁ ଚୁମ୍ବନ ଦେଇଥିଲା । ଜବରଦସ୍ତି ବର, କନ୍ୟାକୁ ଚୁମ୍ବନ ଦେଇଥିବା ଅଭିଯୋଗ କରି ବରମାଳା ପରେ ପରେ କନ୍ୟା ପକ୍ଷ ତଡ଼ାରେ ବରପକ୍ଷଙ୍କୁ ପିଟିଥିଲେ । ଏହି ଆକ୍ରମଣରେ ବରର ବାପା ଆହତ ହୋଇଥିବା ସହ ଅନ୍ୟ ବରଯାତ୍ରୀ ଆହତ ହୋଇଥିଲେ । ସୂଚନା ଦିଆଯିବାରୁ ଆହତଙ୍କୁ ଡାକ୍ତରଖାନା ପଠାଇ ୭ଜଣକୁ ଅଟକ ରଖିଥିଲା ପୁଲିସ । କନ୍ୟା ବାଧ୍ୟ କରିବାରୁ ବର ଏଭଳି କରିଥିବା ନେଇ ବରପକ୍ଷ ଦାବି କରୁଥିବା ବେଳେ ଜବରଦସ୍ତି ବର, କନ୍ୟାକୁ ଚୁମ୍ବନ ଦେଇଥିବା ପୁଲିସକୁ କହିଥିଲେ କନ୍ୟାପକ୍ଷ । ତେବେ ଏପର୍ଯ୍ୟନ୍ତ ପୁଲିସକୁ ଲିଖିତ ଆକରରେ କୌଣସି ଏତଲା ଦିଆଯାଇନଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କହିଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking