40.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶକେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ; ୬ ମୃତ

କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ; ୬ ମୃତ

ମୁମ୍ବାଇ: ମହାରାଷ୍ଟ୍ର ଥାନେ ଜିଲ୍ଲାର ଡୋମ୍ବିଭଲି ସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮ରୁ ଅଧିକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ କିଛି ସମୟ ପାଇଁ ସାରା ଅଞ୍ଚଳ ଦୋହଲି ଯାଇଥିଲା । ହଠାତ ଖୁବ ଜୋରରେ ଶବ୍ଦ ହେବା ପରେ କେହି କିଛି ବୁଝିପାରିନଥିଲେ ।

ଆମ୍ବର କେମିକାଲ କମ୍ପାନୀରେ ଏହି ବିସ୍ଫୋରଣ ଘଟିଛି । ଡୋମ୍ବିଭଲି ଅଞ୍ଚଳର ଫେଜ୍‌-୨ରେ ଏହି କାରଖାନାଟି ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଏହି ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା । ଏହି ଶବ୍ଦରେ ପାଖଆଖରେ ଥିବା ଘରର କାଚ ଝରକା ଭାଙ୍ଗି ପଡ଼ିଥିଲା । ଏହାସହିତ କିଛି ଘର ମଧ୍ୟ ଭାଙ୍ଗିପଡ଼ିଛି । ଏହି ଘଟଣାରେ ୪୮ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଏଯାବତ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି ।

ଥାନେର ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ୟସିନ ତାଡଭିଙ୍କ କହିବାନୁସାରେ, ଅପରାହ୍ନ ୧ଟା ୪୦ ମିନିଟରେ ଏହି ବିସ୍ଫୋରଣ ଘଟିଥିଲା । ଏହି କାରଖାନାକୁ ଲାଗି ରହିଥିବା ୩ଟି ଫ୍ୟାକ୍ଟ୍ରିରେ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଏହାସହିତ ଫ୍ୟାକ୍ଟ୍ରିରେ ମୋଟା କଳା ଧୂଆଁ ବାହାରିଥିବା ବେଳେ ଏହା ବହୁ ଦୂରକୁ ଦୃଶ୍ୟମାନ ହୋଇଥିଲା । ଏହି ବିସ୍ଫୋରଣ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କାରଖାନା ପରିସରରେ ଫସି ରହିଥିବା ସମସ୍ତଙ୍କୁ ସୁରକ୍ଷିତ ସହିତ ଉଦ୍ଧାର କରାଯାଇଥିବା ସେ କହିଛନ୍ତି । ଆହତ କର୍ମଚାରୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ଲାଗି ସମସ୍ତ ବ୍ୟବସ୍ଥା ହୋଇଛି । ଏହାସହିତ ଆଉ କିଛି ଆମ୍ବୁଲାନ୍ସକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking