40.1 C
Bhubaneswar
Sunday, June 16, 2024
Homeଖେଳଆଜି ରାଜସ୍ଥାନ- ବେଙ୍ଗାଲୁରୁ ଏଲିମିନେଟର ମ୍ୟାଚ୍

ଆଜି ରାଜସ୍ଥାନ- ବେଙ୍ଗାଲୁରୁ ଏଲିମିନେଟର ମ୍ୟାଚ୍

ଅହମ୍ମଦାବାଦ : ଆଇପିଏଲ୍ ପ୍ଲେ ଅଫ ପର୍ଯ୍ୟାୟରେ ବୁଧବାର ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ପରାଜିତ ଦଳ ବିଦା ହେବାକୁ ଥିବା ବେଳେ ବିଜୟୀ ଦଳ ପ୍ରଥମ କ୍ବାଲିଫାୟରରେ ହାରିଥିବା ସନରାଇଜର୍ସ ହାଇଦ୍ରାବାଦକୁ କ୍ବାଲିଫାୟର-୨ରେ ଭେଟିବ। ସଞ୍ଜୁ ସାମସନଙ୍କ ନେତୃତ୍ଵାଧୀନ ରାଜସ୍ଥାନ ରୟାଲ୍ସ ଏକଦା ଟପ୍-୨ ସ୍ଥାନରେ ରହିବ ବୋଲି ମନେ ହେଉଥିଲା। ହେଲେ ଲଗାତାର ଚାରିଟି ପରାଜୟ ଏବଂ କେକେଆର ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯିବା କାରଣରୁ ସାମସନଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ପଛରେ ତୃତୀୟ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ଏକ ସମୟରେ ପ୍ଲେଅଫ୍ ରେସରୁ ବାହାରେ ରହିଥିବା ଆରସିବି ଅପ୍ରତ୍ୟାଶିତ ଭାବେ ଚତୁର୍ଥ ସ୍ଥାନ ହାସଲ କରିଥିଲା। ପ୍ରଥମ ୮ଟି ମ୍ୟାଚ୍ ମଧ୍ୟରୁ ୭ଟି ହାରିବା ପରେ ଫାଫ୍ ଡୁ ପ୍ଲେସିସଙ୍କ ଦଳ ଲଗାତାର ୬ ମ୍ୟାଚ୍ ଜିତିଥିଲା । ଦଳ ଶେଷ ଲିଗ୍ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ପ୍ରବେଶ କରିଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଅନ୍ୟ ଗ୍ରାଉଣ୍ଡ ପରି ବ୍ୟାଟ୍ସମ୍ୟାନଙ୍କ ଭୂସ୍ବର୍ଗ ନୁହେଁ, ତେଣୁ ରୟାଲ୍ସ ବୋଲରମାନେ ଏଠାରେ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି। ଚଳିତ ସିଜନରେ ଏହି ଗ୍ରାଉଣ୍ଡରେ ୧୨ଟି ଇନିଂସ ମଧ୍ୟରୁ ମାତ୍ର ଦୁଇ ଥର ୨୦୦ରୁ ଊର୍ଦ୍ଧ୍ବ ସ୍କୋର ହୋଇଛି । ଅନ୍ୟପକ୍ଷରେ ଆରସିବିର ବିରାଟ କୋହଲି ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୧୪ଟି ମ୍ୟାଚରେ ୭୦୮ ରନ୍ କରିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଏହି ନକ୍ଆଉଟ୍ ମ୍ୟାଚରେ ମଧ୍ୟ ଆରସିବି ପାଇଁ ସେ ପୁଣି ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking