28.9 C
Bhubaneswar
Sunday, May 5, 2024
Homeଦେଶ ବିଦେଶଡିଜିଟାଲ୍ ମିଡିଆ ରୁଲ୍‌କୁ ହାଇକୋର୍ଟରେ ଚାଲେଞ୍ଜ୍‌

ଡିଜିଟାଲ୍ ମିଡିଆ ରୁଲ୍‌କୁ ହାଇକୋର୍ଟରେ ଚାଲେଞ୍ଜ୍‌

ନୂଆଦିଲ୍ଲୀ:  ନୂଆ ଡିଜିଟାଲ୍ ମିଡିଆ ରୁଲ୍‌କୁ କେରଳ ହାଇକୋର୍ଟରେ ଚାଲେଞ୍ଜ୍ କରାଯାଇଛି । ୨୫ଟି ପ୍ରମୁଖ ଖବର ଓ ସାମ୍ପ୍ରତିକ ଘଟଣାବଳୀ ପ୍ରସାରଣ କରୁଥିବା ସଂସ୍ଥାକୁ ନେଇ ଗଠିତ ନ୍ୟୁଜ୍ ବ୍ରଡକାଷ୍ଟର୍ସ ଆସୋସିଏସନ୍ (ଏନବିଏ) ପକ୍ଷରୁ ଏହି ଆବେଦନ କରାଯାଇଛି । ନୂଆ ଡିଜିଟାଲ୍ ମିଡିଆ ରୁଲ୍ କୌଣସି କର୍ତ୍ତୃପକ୍ଷଙ୍କୁ ଗଣମାଧ୍ୟମର ବାକ୍ ସ୍ୱାଧୀନତା ଉପରେ ରୋକ ଲଗାଇବା ସହ କଣ୍ଠରୋଧ କରିବା ସକାଶେ ଅତ୍ୟଧିକ ସୁଯୋଗ ଦେବ ବୋଲି ଆଶଙ୍କା କରି ଏନବିଏ ଏପରି ଏକ ଆବେଦନ ଦାଖଲ କରିଛି । ଆଇଟି ରୁଲ୍‌, ୨୦୨୧ ବର୍ତ୍ତମାନର ଆଇଟି ଆକ୍ଟ ୨୦୨୦ର ପରିପନ୍ଥୀ ।

ତା’ଛଡ଼ା ଏହା ଭାରତୀୟ ସମ୍ବିଧାନର ଧାରା ୧୪ ଓ ୧୯ର ଖିଲାପ ମଧ୍ୟ କରୁଛି । ନୂଆ ଡିଜିଟାଲ୍ ମିଡିଆ ରୁଲ୍ ମିଡିଆଗୁଡ଼ିକୁ ସତ୍ୟର ପରିପ୍ରକାଶରେ ବାଧକ ହେବ । ସରକାର ଏହି ରୁଲ୍ ଆଧାରରେ ଡିଜିଟାଲ୍ ମିଡିଆଗୁଡ଼ିକର ଖବର ଉପରେ ଅତ୍ୟଧିକ ମାତ୍ରାରେ ନିୟନ୍ତ୍ରଣ କରିବାକୁ କ୍ଷମତା ପାଇବେ । ଏପରି ରୁଲ୍ ଲାଗୁ କରି ସରକାର ଦେଶର ନ୍ୟାୟିକ ବ୍ୟବସ୍ଥା ନିକଟରେ ରହିଥିବା କ୍ଷମତାର ଉପଯୋଗ ମଧ୍ୟ କରିବାକୁ ଚାହୁଁଛନ୍ତି ବୋଲି ଏନବିଏ ପକ୍ଷରୁ ଦାଖଲ ଆବେଦନରେ ଅଭିଯୋଗ କରାଯାଇଛି । ଆଇଟି ଆକ୍ଟର ଧାରା ୫୫ଏ’କୁ ସୁପ୍ରିମକୋର୍ଟ ଉଚ୍ଛେଦ କରିଥିବା ବେଳେ ସରକାର ପୁଣିଥରେ ଗଣମାଧ୍ୟମର ସ୍ୱାଧୀନତା ଉପରେ କଟକଣା ଲଗାଇବା ସକାଶେ ସମାନ ପ୍ରକାର ଦମନମୂଳକ କ୍ଷମତା ହାସଲ କରିବାକୁ ଉଦ୍ୟମ କରିଥିôବା ଏନବିଏ ପକ୍ଷରୁ ଦାଖଲ ଆବେଦନରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking